ଖଜଣା ପଇଠ ପାଇଁ ଆଉ ଧାଇଁବାକୁ ପଡ଼ିବନି ସରକାରୀ ଦପ୍ତର। ଏଣିକି ଅନଲାଇନରେ ବି ଦେଇ ହେବ ରାଜସ୍ୱ

ଅନଲାଇନସେବାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

616

କନକ ବ୍ୟୁରୋ: ଖଜଣା ପଇଠ ପାଇଁ ଆଉ ଧାଇଁବାକୁ ପଡ଼ିବନି ସରକାରୀ ଦପ୍ତର । ଏଣିକି ଅନଲାଇନରେ ବି ଦେଇ ହେବ ଜମିର ଖଜଣା । ଗତକାଲି ଲୋକସେବା ଭବନରେ ଏହି ଅନଲାଇନ୍ ସେବାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖଜଣା ଦେବାରେ ଆଉ ସମସ୍ୟା ରହିବ ନାହିଁ ଏବଂ ଚାଷୀ ସ୍ୱାଧିନଭାବେ ସୁବିଧାରେ ଖଜଣା ଦେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଭୁବନେଶ୍ୱର ତହସିଲ ଅଧିନର ଚାଷୀ ମନୋଜ କୁମାର ଦାସ, ଅନଲାଇନରେ ନିଜ ଖଜଣା ପଇଠ କରିଥିଲେ ।

ଯାହାକୁ ସିଧାସଳଖ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଦେଖିଥିଲେ । ମାତ୍ର ଗୋଟିଏ ମିନିଟରେ ଆପଣ ଏହି ଅନଲାଇନ୍ ସେବା ଜରିଆର ରାଜସ୍ୱ ଦେଇପାରିବେ । ଏହା ସହ ଆପଣଙ୍କୁ ସଙ୍ଗେ ସଙ୍ଗେ ପେମେଂଟର ଏକ ରିସିଭ୍ ମିଳବ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ଇନିସିଏଟିଭର ପ୍ରମୁଖ ସଚିବ ଭି.କେ ପାଣ୍ଡିଆନ୍ କହିଥିଲେ, ୨୦୨୦ ସୁଦ୍ଧା ସମସ୍ତ ସରକାରୀ ସେବାକୁ ଅନଲାଇନ୍ ଜରିଆରେ ଉପଲବ୍ଧ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି ।