ଜେଲ୍ ଭିତରେ ତୁମୁଳ କାଣ୍ଡ : ଅନ୍ତେବାସୀଙ୍କୁ ମରଣାନ୍ତକ ଆକ୍ରମଣ; ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

119

କନକ ବ୍ୟୁରୋ : ମାଲକାନଗିରି ଜେଲ ଭିତରେ ତୁମୁଳକାଣ୍ଡ । ଜେଲ୍ ଅନ୍ତେବାସୀଙ୍କୁ ମରଣାନ୍ତକ ଆକ୍ରମଣ । ପୁଣି ଜେଲ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ବହୁ ଚର୍ଚ୍ଚିତ ମାଲକାନଗିରି କୋତାମେଟା କିଡନି ଚୋରି ମାମଲାରେ ବିଚାରାଧୀନ ଥିବା ପ୍ରଶାନ୍ତ କୁଣ୍ଡୁଙ୍କୁ ମୁନ୍ନା ବରାଳ ନାମକ ଜଣେ ବିଚାରାଧୀନ କଏଦୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଗଞ୍ଜେଇ ମାମଲାରେ ମୁନ୍ନା ଏବେ ଜେଲରେ ଅଛନ୍ତି । ମୁନ୍ନାଙ୍କ ଆକ୍ରମଣରେ ଆହତ ହୋଇଥିବା ପ୍ରଶାନ୍ତଙ୍କୁ ଜେଲ କର୍ମଚାରୀମାନେ ଉଦ୍ଧାର କରି ମାଲକାନଗିରି ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି । ଏବେ ପ୍ରଶାନ୍ତ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ପୂର୍ବରୁ ପ୍ରଶାନ୍ତ କୁଣ୍ଡୁଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ତାଙ୍କ ସ୍ତ୍ରୀ ରଞ୍ଜିତା କୁଣ୍ଡୁ । ସେ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ୱାମୀ ଚଞ୍ଚକତା କରି କୀଡନି ବିକିଛନ୍ତି । ଏହି ମାମଲାରେ ପ୍ରଶାନ୍ତ ଏବେ ଜେଲରେ ଅଛନ୍ତି ।