ଦେଶରେ ବଢିଲା ସାପ୍ତାହିକ କରୋନା ସଂକ୍ରମଣ : ୨ମାସ ପରେ ୧୧ % ବୃଦ୍ଧି; ୩୯ ବିଦେଶୀ ଫେରନ୍ତା କରୋନା ପିଜିଟିଭ

155

କନକ ବ୍ୟୁରୋ : ଚୀନ୍ ସମେତ କେତେକ ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଭାରତରେ ସଂକ୍ରମଣ କମ୍ ରହୁଥିଲେ ମଧ୍ୟ ଦୀର୍ଘ ଦୁଇ ମାସ ପରେ ସାପ୍ତାହିକ ସଂକ୍ରମଣରେ ୧୧ ପ୍ରତିଶତ ବୃଦ୍ଧି ହୋଇଛି । ଗତ ରବିବାର ଶେଷ ହୋଇଥିବା ସପ୍ତାହରେ ଦେଶରେ ମୋଟ୍ ସଂକ୍ରମଣ ମାମଲା ୧୨୧୯ ରହିଥିଲା । ଏହାର ପୂର୍ବ ସପ୍ତାହରେ ସଂକ୍ରମଣ ମାମଲା ୧୧୦୩ ଥିଲା ।

ମହାରାଷ୍ଟ୍ର, ରାଜସ୍ଥାନ, ପଞ୍ଜାବ, ଦିଲ୍ଲୀ, ହିମାଚଳପ୍ରଦେଶ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ସମେତ ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ସାପ୍ତାହିକ ସଂକ୍ରମଣ ମାମଲା ବୃଦ୍ଧି ହୋଇଛି । ଚୀନରେ କରୋନା ସଂକ୍ରମଣ ବୃଦ୍ଧି ଭୟ ବଢାଇବା ପରେ ଦେଶରେ ଟେଷ୍ଟିଂ ବୃଦ୍ଧି ପାଇଛି । ଏଥିପାଇଁ ସଂକ୍ରମଣରେ ସାମାନ୍ୟ ବୃଦ୍ଧି ହୋଇଥିବା କୁହାଯାଉଛି । ସେପଟେ ବିଦେଶରୁ ଫେରିଥିବା ୩୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।