ସେପ୍ଟେମ୍ବର ୬ରୁ ୧୮ ତାରିଖ ମଧ୍ୟରେ ଓଜେଇଇ ପରୀକ୍ଷା । କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମାଧ୍ୟମରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ ।

93

କନକ ବ୍ୟୁରୋ : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଜେଇ) ଆସନ୍ତା ସେପ୍ଟେମ୍ବର ୬ ତାରିଖରୁ ଆରମ୍ଭ ହେବ। ଯାହାକି ସେପ୍ଟେମ୍ବର ୧୮ ତାରିଖ ଯାଏଁ ଜାରି ରହିବ । ଏନେଇ ଆଜି ଓଜେଇଇ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି। ତେବେ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମାଧ୍ୟମରେ ସମସ୍ତ ବିଷୟରେ ପରୀକ୍ଷା ହେବ। ସେପ୍ଟେମ୍ବର ୬ରୁ ୧୮ ତାରିଖ ମଧ୍ୟରେ ପ୍ରତ୍ୟେକ ଦିନ ୩ଟି ଲେଖାଏଁ ସିଫ୍ଟରେ ପରୀକ୍ଷା ହେବ କିନ୍ତୁ ମଝିରେ ଗଣେଶ ପୂଜା ଏବଂ ନିଟ୍‌ ପାଇଁ ଓଜେଇଇ ପରୀକ୍ଷା ହେବ ନାହିଁ। ତେବେ କେଉଁ ଦିନ କେଉଁ ପରୀକ୍ଷା ହେବ ‘ଓଜେଇଇ’ର ୱେବ୍‌ସାଇଟ୍‌ www.ojee.nic.in/www.odishajee.com ରେ ତଥ୍ୟ ଦିଆଯାଇଛି। ସୂଚନାଯୋଗ୍ୟ, ଓଜେଇଇ ପରୀକ୍ଷା ଗତ ଜୁନ୍‌ ମାସରେ କରାଯିବାର ଥିଲା। କିନ୍ତୁ ସେହି ସମୟରେ ରାଜ୍ୟରେ କୋଭିଡ-୧୯ ଯୋଗୁଁ ସ୍ଥିତି ଭଲ ନଥିଲା। ତେଣୁ ପରୀକ୍ଷାକୁ ସ୍ଥଗିତ କରାଯାଇଥିଲା।