୧୨ ଦିନରେ ୧୦ ଥର ବଢିଲାଣି ତେଲ ଦର । ଆହୁରୀ ୧୨ ଟଙ୍କା ପର୍ଯ୍ୟନ୍ତ ବଢିପାରେ ତେଲ ଦର

96

କନକ ବ୍ୟୁରୋ : ଯାହା ଅନୁମାନ କରାଯାଉଥିଲା ତାହା ହିଁ ସତ ହେଲା । ୫ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହେବା ପରେ ଲଗାତାର ଭାବେ ବଢିଚାଲିଛି ପେଟ୍ରୋଲ, ଡିଜେଲ ଦର । ବିଗତ ୧୨ ଦିନରେ ୧୦ ଥର ତେଲ ଦର ବଢିଥିବା ବେଳେ ତେଲ ଦର ମୋଟ ୭ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି । ଏପରି ସ୍ଥଳେ ତେଲ ଦର ଆହୁରୀ ୧୨ ଟଙ୍କା ପର୍ଯ୍ୟନ୍ତ ବଢିବ ବୋଲି ବିିଶେଷଜ୍ଞମାନେ କହିଛନ୍ତି ।
ସେହିପରି ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୨୮୦ ଟଙ୍କା ବଢିଛି । ଯାହା ସାଧାରଣ ଲୋକଙ୍କ ପକେଟ ଖର୍ଚ୍ଚ ଉପରେ ପ୍ରଭାବ ପଢିବ ବୋଲି ଆଶା କରାଯାଉଛି । ୫ ରାଜ୍ୟରେ ନିର୍ବାଚନ ଥିବାରୁ ନଭେମ୍ବର ୪ ତାରିଖରୁ ତେଲ ଦର ସ୍ଥିର ରହିଥିଲା । ଏପରିକି କୃଡ ଅଏଲ ଦର ୮୪ ଡଲାରରୁ ବୃଦ୍ଧି ପାଇ ଶହେ ଡଲାର ଅତିକ୍ରମ କରିଥିଲେ ମଧ୍ୟ ଦର ବଢାଯାଇନଥିଲା । ତେବେ ୟୁକ୍ରେନ-ଋଷ ଯୁଦ୍ଧ ଯୋଗୁ ତେଲ ବୃଦ୍ଧି ପାଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏବେ କୃଡ ଅଏଲ ଦର ପୂର୍ବ ଅପେକ୍ଷା କମ ରହିଥିଲେ ମଧ୍ୟ ଦର ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି ।