ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଜୀବନ କାହାଣୀକୁ ନେଇ ସିନେମା ! ରିଲିଜ ହେଲା ‘ତୁଳସୀ ଅପା’ର ନୂଆ ଗୀତ

85

ପଦ୍ମଶ୍ରୀ ତୁଳସୀ ମୁଣ୍ଡା । କେନ୍ଦୁଝରର ଆଦିବାସୀ ନେତ୍ରୀ ଭାବେ ଖୁବ୍ ଚର୍ଚ୍ଚିତ । ତାଙ୍କ ଜୀବନୀ ଉପରେ ଆଧାରିତ ସିନେମା ‘ତୁଳସୀ ଅପା’ । ଏହି ସିନେମାଟିରେ ତୁଳସୀ ମୁଣ୍ଡାଙ୍କର ସମଗ୍ର ଜୀବନର ସଂଘର୍ଷମୟ କାହାଣୀ ଦୃଶ୍ୟାୟନ ।

ଏବେ ରିଲିଜ ହୋଇଛି ଏହି ସିନେମାର ଆଉ ଏକ ଗୀତ ‘ ଜୀବନ ପ୍ରଦୀପ ଜାଳିଦିଅ ମୋର – ’ । ଗୀତଟିକୁ ନିମାଇ ମହାନ୍ତି ରଚନା କରିଥିବା ବେଳେ ,ଗାଇଛନ୍ତି ଇରା ମହାନ୍ତି ଓ ନିର୍ଦ୍ଦେଶନା ଦେଇଛନ୍ତି ପଙ୍କଜ ଜାଲ୍ । ସିନେମାକୁ ନିର୍ଦ୍ଦେଶନା ଦେଇଛନ୍ତି ଅମିୟ ପଟ୍ଟନାୟକ ଓ ପ୍ରଯୋଜନା କରିଛନ୍ତି ନବାଗତ ପ୍ରଯୋଜକ ଅନୁପମ ପଟ୍ଟନାୟକ । ନବଗତ ଅଭିନେତ୍ରୀ ବର୍ଷା ନାୟକ ତୁଳସୀ ମୁଣ୍ଡାଙ୍କ ଚରିତ୍ରରେ ନଜର ଆସିଛନ୍ତି ।

ଦେଖନ୍ତୁ ଏହି ଭିଡିଓ –

ଏହାସହ ମଧ୍ୟ ପଢନ୍ତୁ – ରିଲିଜ୍ ହୋଇଛି ‘ତୁଳସୀ ଅପା’ର ନୂଆ ଗୀତ ! ବଡ ପରଦାରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ସଂଘର୍ଷମୟ ଜୀବନ କାହାଣୀ