ଛତିଶଗଡର ନଦୀ ସଂଯୋଗୀକରଣ ପ୍ରକ୍ରିୟାକୁ ବିରୋଧ ! ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ ସଞ୍ଜୟ ଦାସବର୍ମା

79

କନକ ବ୍ୟୁରୋ: ବିଧାନସଭାରେ ଛତିଶଗଡର ନଦୀ ସଂଯୋଗୀକରଣ ପ୍ରକ୍ରିୟାକୁ ଶାସକ ଦଳର ବିରୋଧ । ଶାସକ ଦଳର ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ୩ଟା ଯାଏଁ ମୁଲତବୀ ରଖିଛନ୍ତି । ଶୂନ୍ୟକାଳରେ ଶାସକ ଦଳ ବିଧାୟକ ସଂଜୟ ଦାସ ବର୍ମା ଏହି ପ୍ରସଙ୍ଗ ଉଠାଇଥିଲେ । ଛତିଶଗଡର କୃଷି ଓ ଜଳସଂପଦ ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲଙ୍କ ନିର୍ଦ୍ଦେଶକୁ ଶାସକ ଦଳ ବିରୋଧ କରିଛନ୍ତି ।

ଛତିଶଗଡର ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ତାନ୍ଦୁଲା ଓ ପଇରି ନଦୀ ସହ ଅନ୍ୟ ୩ଟି ଛୋଟନଦୀକୁ ମହାନଦୀ ସହ ସଂଯୋଗୀକରଣ କରାଯିବ । ଫଳରେ ମହାନଦୀରେ ଅଣମୌସୁମୀ ସମେତ ମୌସୁମୀ ଋତୁରେ ଜଳ ପ୍ରବାହ ଠପ ହୋଇଯିବ । ମହାନଦୀ ନେଇ ସୁପ୍ରିମେକୋର୍ଟରେ ରାଜ୍ୟ ସରକାର ଦ୍ୱାରସ୍ଥ ହୋଇଥିବା ବେଳେ ଛତିଶଗଡ ଏକତରଫା ନିଷ୍ପତି ନେଇଛି । କେନ୍ଦ୍ର ଓଡିଶାର ସ୍ୱାର୍ଥ ବିରୋଧୀ କାମ କରୁଛି ବୋଲି ଶାସକ ଦଳ ବିଧାୟକ କହିଛନ୍ତି ।