ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ : କ୍ରିପ୍ଟୋ ଜରିଆରେ କଳା ଟଙ୍କାକୁ କରୁଥିଲେ ଧଳା; ଜାଣନ୍ତୁ କ’ଣ ଏହି କ୍ରିପ୍ଟୋ ୱାଲେଟ୍ ?

256

କନକ ବ୍ୟୁରୋ : ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବା ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ବିରୋଧରେ ସାଂଘାତିକ ତଥ୍ୟ ମିଳିଛି । ଭିଜିଲାନ୍ସ ହାତରେ ଲାଗିଛି ନିହାରଙ୍କ ଆଉ ୫୦ କ୍ରିପ୍ଟୋ ୱାଲେଟ୍ । ଚଢାଉ ବେଳେ ୩୮ଟି ମିଳିଥିବା ବେଳେ ଏବେ ଆଉ ୫୦ଟି ମିଳିଛି । ଏଥିରେ ୨୫ ଲକ୍ଷ ଟଙ୍କା ନିବେଶ ହୋଇଛି । ପୂର୍ବରୁ ୧ କୋଟି ୭୫ ଲକ୍ଷ ଡିଜିଟାଲ ଟଙ୍କା ଠାବ ହୋଇଥିଲା ।

ମୁମ୍ବାଇରୁ ଆସି କ୍ରିପ୍ଟୋ କରେନ୍ସି ଏକ୍ସପର୍ଟ ଆସି ଖୋଳତାଡ କରୁଛନ୍ତି । ଆଜି ନିହାର ଓ ତାଙ୍କ ପତ୍ନୀଙ୍କୁ ମୁହାଁମୁହିଁ ଜେରା କରିବ ଭିଜିଲାନ୍ସ । ସ୍ତ୍ରୀଙ୍କ ନାଁରେ କ୍ରିପ୍ଟୋ କରେନ୍ସିରେ ବିନିଯୋଗ ହୋଇଥିଲା ୬ କୋଟି ଟଙ୍କା । ୬ଟି ସ୍ଥାନରେ ଏକକାଳୀନ ଚଢାଉ କରି ନିହାରଙ୍କୁ ବାନ୍ଧିଥିଲା ଭିଜିଲାନ୍ସ । ସମ୍ବଲପୁରରେ ବାବୁଙ୍କର ଥିଲା ୮ଟି ପ୍ଲଟ । ଭୁବନେଶ୍ୱରରେ ମଧ୍ୟ ପ୍ଲଟ ରହିଥିଲା । ଚଢାଉ ବେଳେ ଭିଜିଲାନ୍ସକୁ ଚକମା ଦେବା ପାଇଁ ମୋବାଇଲ୍ ଫୋପାଡି ଦେଇଥିଲେ ।

କ୍ରିପ୍ଟୋ ୱାଲେଟ କ’ଣ ?

– କ୍ରିପ୍ଟୋ ୱାଲେଟ ଏକ ମୋବାଇଲ ଆପ୍
– ଏହି କ୍ରିପ୍ଟୋ ୱାଲେଟରେ ଡିଜିଟାଲ ଧନକୁ ସୁରକ୍ଷିତ ରଖିପାରିବେ
– କ୍ରିପ୍ଟୋ ୱାଲେଟ ଏକ ଡିଜିଟାଲ ପର୍ସଭଳି, ଯେଉଁଥିରେ ଡିଜିଟାଲ କରେନ୍ସି ରଖାଯାଏ
– ଏଥିରେ ବିଟକଏନ୍, ଡଜକଏନ୍ ଓ ଇଥିରିୟମ କରେନ୍ସିକୁ ସୁରକ୍ଷିତ ରଖାଯାଇପାରିବ
– କ୍ରିପ୍ଟୋକରେନ୍ସି ଟ୍ରାଞ୍ଜାକସନ୍ ପାଇଁ ଏହି ୱାଲେଟ ବ୍ୟବହାର କରାଯାଏ
– ଟଙ୍କା ରଖିବାକୁ ଆପଣ ବ୍ୟବହାର କରୁଥିବା ପର୍ସଭଳି କ୍ରିପ୍ଟୋକରେନ୍ସି ରଖିବାକୁ କ୍ରିପ୍ଟୋ ୱାଲେଟର ବ୍ୟବହାର ହୁଏ
– ଏହାକୁ କ୍ରିପ୍ଟୋ ୱାଲେଟ ବା ଭର୍ଚୁଆଲ କରେନ୍ସି ୱାଲେଟ ମଧ୍ୟ କୁହାଯାଏ
– ଏହା ଏକ ଆପ୍ଲିକେସନ ଯାହା ଆପଣ ଫୋନରେ ଡାଉନଲୋଡ କରିବେ
– ଏହି ୱାଲେଟ ଜରିଆରେ ଆପଣ ନିଜ କ୍ରିପ୍ଟୋ କରେନ୍ସିର ବ୍ୟବହାର କରିପାରିବେ
– ଏଟିଏମ୍, ଫୋନ ଆଦି ଭଳି ଏହି ୱାଲେଟକୁ ବ୍ୟବହାର କରିବା ପାଇଁ ମଧ୍ୟ ପାସୱାର୍ଡ ରହିଥାଏ
– ଏହି ପାସୱାର୍ଡକୁ ପ୍ରାଇଭେଟ୍ କି ବା ସିଡ୍ ଫ୍ରେଜ୍ ବି କୁହାଯାଏ
– ପ୍ରତ୍ୟେକ ୱାଲେଟର ଏକ ପବ୍ଲିକ ଆଡ୍ରେସ ଥାଏ
– ପବ୍ଲିକ ଆଡ୍ରେସରେ କରେନ୍ସି ଷ୍ଟୋର ହୁଏ
– ପବ୍ଲିକ ଆଡ୍ରେସରେ ଆପଣଙ୍କ ଆକାଉଣ୍ଟର ତଥ୍ୟ ସମସ୍ତଙ୍କୁ ମିଳିପାରିବ
– ୩ପ୍ରକାରର କ୍ରିପ୍ଟୋ ୱାଲେଟ ରହିଛି
– ସଫ୍ଟୱେର ୱାଲେଟ, ହାର୍ଡୱେର୍ ୱାଲେଟ୍ ଏବଂ ପେପର୍ ୱାଲେଟ୍