ଭୁବନେଶ୍ୱରରେ ହେବ ମଙ୍କିପକ୍ସ ନମୁନା ପରୀକ୍ଷା : ସୂଚନା ଦେଲେ ଆରଏମଆରସି ନିର୍ଦ୍ଦେଶିକା

57

କନକ ବ୍ୟୁରୋ : ଭୁବନେଶ୍ୱରରେ ହେବ ମଙ୍କିପକ୍ସ ନମୁନା ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି । ଆରଏମ୍ଆରସିରେ ନମୁନା ପରୀକ୍ଷା ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ପ୍ରସ୍ତୁତ ରହିଛି । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରୁ କେବଳ କିଟ୍ ଅଣାଯାଇ ପରୀକ୍ଷା କରାଯିବ ।

ନମୁନା ପରୀକ୍ଷା ଅନୁମତି ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖାଯାଇଛି । ଚଳିତ ମାସ ଭୁବନେଶ୍ୱରରେ ମଙ୍କିପକ୍ସ ଟେଷ୍ଟିଂ ଆରମ୍ଭ ହୋଇପାରେ ବୋଲି ଜଣାପଡ଼ିଛି । ଓଡ଼ିଶାରେ ଏଯାଏଁ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ବିଦେଶ ଫେରନ୍ତାଙ୍କ ତାଲିକା କେନ୍ଦ୍ରକୁ ମଗାଯାଇଛି । ଜିଲ୍ଲାସ୍ତରରେ ଲୋକଙ୍କୁ ସଚେତନ କରାଯାଉଛି । ସ୍ୱାସ୍ଥ୍ୟ ବିଭାଗ ଖୁବ୍ ଶୀଘ୍ର ମଙ୍କିପକ୍ସ ନେଇ ଏସଓପି ଜାରି କରିବ ।