ଓଡ଼ିଶା ଫେରିଲେ ଆଇଏଏସ୍ ଟପ୍ପର: ସଫଳତା ପଛର କାହାଣୀ କହିଲେ ଅନିମେଶ

717

କନକ ବ୍ୟୁରୋ: ଅନିମେଶ ପ୍ରଧାନ । ଅନୁଗୁଳର ଏହି ଯୁବକ ୟୁପିଏସସି ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ର୍ୟାଙ୍କ ପାଇବା ପରେ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଯାଇଛନ୍ତି । ମଙ୍ଗଳବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ତାଙ୍କୁ ପରିବାର ସଦସ୍ୟ ଓ ଶୁଭେଚ୍ଛୁ ତାଙ୍କୁ ସ୍ୱାଗତ କରିଛନ୍ତି । ଆଉ କନକ ନ୍ୟୁଜ ଆଗରେ ସଫଳତାର ପଛର କାହାଣୀ କହିଛନ୍ତି ଅନିମେଶ ।

ଅନିମେଶଙ୍କ ପିଲାଦିନ ବହୁତ ସଂଘର୍ଷପୂର୍ଣ୍ଣ ଥିଲା । ପିଲାବେଳୁ ହିଁ ସେ ତାଙ୍କ ବାପା ମାଙ୍କୁ ହରାଇଥିଲେ । ସେମାନଙ୍କ ସଂଘର୍ଷ ସେ ଦେଖିଥିଲେ । ବାପାଙ୍କର ଇଚ୍ଛାଥିଲା ସିଭିଲ ସର୍ଭିସ ପାଇବାକୁ । ତେଣୁ ୟୁପିଏସସି ପାଇବା ପରେ ସେ ନିଜର ସବୁ ସଫଳତାର ଶ୍ରେୟ ନିଜ ବାପା-ମାଆଙ୍କୁ ଦେଇଛନ୍ତି । ବାପା-ମା ଚାଲିଗଲା ପରେ ମନୋବଳ ଦୃଢ ଥିଲା । ଏବେ ସେ ଆଇଓସିଏଲରେ କାମ କରୁଛନ୍ତି । ତେଣୁ ଚାକିରୀ ଓ ପାଠପଢାରେ ବାଲାନ୍ସ ରଖି ସେ ୟୁପିଏସସି ପାଇଁ ପ୍ରସ୍ତୁତ କରୁଥିଲେ ।

ଅନିମେଶ ପ୍ରଧାନ ଏବେ ଦିଲ୍ଲୀରେ କାର୍ଯ୍ୟରତ ଅଛନ୍ତି । ସେଠାରେ ଚାକିରୀ କରି ସେ ୟୁପିଏସସି ପାଇଁ ପ୍ରସ୍ତୁତ କରୁଥିଲେ । ଆଉ ଆଜି ସଫଳତା ବି ପାଇଛନ୍ତି । ୟୁପିଏସସିର ସାକ୍ଷାତକାରରେ ଅନିମେଶଙ୍କୁ ପ୍ରଶ୍ନ ପଚରାଯାଇଥିଲା । ପ୍ରଶ୍ନ ଥିଲା: ପୁରୀ ଜଗନ୍ନାଥ ଓ ଶିଖ ସଂସ୍କୃତି ମଧ୍ୟରେ ସମ୍ପର୍କ କ’ଣ? ଆଉ ଏହାର ଉତର ଦେଇପାରିନଥିଲେ ଅନିମେଶ । ପରେ ଏ ନେଇ ଗବେଷଣା କରିଥିଲେ । ଅନିମେଶ ବିଜୁ ସ୍ୱାସ୍ୟ କଲ୍ୟାଣ ଯୋଜନାକୁ ପ୍ରଶଂସା କରିଛନ୍ତି । କହିଛନ୍ତି, ଏହାକୁ ବିସ୍ତାର କରାଯିବା ଆବଶ୍ୟକ ରହିଛି । ସୁଯୋଗ ମିଳିଲେ ସେ ସ୍ୱାସ୍ଥ୍ୟ ବିଭାଗରେ କାମ କରିବେ ବୋଲି କହିଛନ୍ତି ଅନିମେଶ । ଭୁବନେଶ୍ୱରରେ ପହଂଚିବା ପରେ ଅନିମେଶ ନିଜ ସମ୍ପର୍କୀୟଙ୍କ ସହ ଫାଇଭି-ଟି ଅଧ ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ଭେଟିଥିଲେ ।