ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସରିଲା ନିର୍ବାଚନ ପ୍ରଚାର: ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ବିଭିନ୍ନ ଦଳର ହେଭିୱେଟ ନେତା

117

କନକ ବ୍ୟୁରୋ: ୨ୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରିଛି ପ୍ରଚାର । ଶେଷ ଦିନରେ ପ୍ରଚାର ମଇଦାନରେ ଦେଖିବାକୁ ମିଳିଛନ୍ତି ହେଭିୱେଟ ନେତା । ପ୍ର୍ରାର୍ଥୀଙ୍କ ପାଇଁ ମଇଦାନରେ ନଜର ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ବିଶାଳ ରାଲି ସହ ଜନସଭା କରି ଭୋଟ ମାଗିଛନ୍ତି ନେତା । ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ସିନେ ଷ୍ଟାର । ପୱନ କଲ୍ୟାଣଙ୍କୁ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ୨୬ ତାରିଖ ଅର୍ଥାତ ଶୁକ୍ରବାର ୧୨ ରାଜ୍ୟର ୮୮ ଲୋକସଭା ଆସନ ପାଇଁ ଭୋଟ ପଡିବ । ୧୨୦୬ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରିକ୍ଷା କରିବେ ଭୋଟର । କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତ୍ରିପୁରା,ପଶ୍ଚିମବଙ୍ଗ,ଆସାମ, ବିହାର, ଛତିଶଗଡ, ଜମ୍ମୁକଶ୍ମୀର ଲୋକସଭା ଆସନ ପାଇଁ ହେବ ମତଦାନ ।