ପ୍ରଧାନମନ୍ତ୍ରୀଙ୍କୁ ବରିଷ୍ଠ ଏନସିପି ନେତା ଶରଦ ପାୱାରଙ୍କ ଆକ୍ଷେପ: ରୁଷ ରାଷ୍ଟ୍ରପତିଙ୍କ ସହ ମୋଦୀଙ୍କୁ କଲେ ତୁଳନା

286

କନକ ବ୍ୟୁରୋ: ଦଶରେ ଚାଲିଛି ନିର୍ବାଚନ, ବଢ଼ୁଛି ବିବାଦୀୟ ବୟାନବାଜୀ । ପ୍ରଚାର ମଇଦାନରେ ଉଠିଛି ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ କଥା । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଟିନଙ୍କ ସହ ତୁଳନା କରି କଟାକ୍ଷ କରିଛନ୍ତି ଏନସିପିରର ବରିଷ୍ଠ ନେତା ଶରଦ ପାୱାର । ମହାରାଷ୍ଟ୍ରର ଏକ ଜନସଭାକୁ ଟାର୍ଗେଟ କରି ଶରଦ କହିଛନ୍ତି ଦେଶରେ ନୂଆ ପୁଟିନଙ୍କ ଜନ୍ମ ହେବା ସମ୍ଭାବନା ବଢ଼ୁଛି । ଯେଉଁଭଳି ଭାବେ ରୁଷର ଶାସନଭାର ଦୀର୍ଘବର୍ଷ ଧରି ପୁଟିନଙ୍କ ହାତରେ ରହିଛି ସେହିପରି ଯଦି ବିଜେପି ସରକାରଙ୍କୁ ରୋକନଯାଏ ତେବେ ଆଗାମୀ ଦିନରେ ଦେଶକୁ କବଜା କରିଦେବେ ମୋଦୀ । ଏଥିସହ ଶରଦ କହିଛନ୍ତି ଯେବେ ମୋଦୀ ସଂସଦକୁ ଆସନ୍ତି ଭୟର ବାତାବରଣ ଖେଳିଯାଏ ।ଠିମ ଯେମିତି ରୁଷ ସଂସଦରେ ପୁଟିନଙ୍କ ଏଟ୍ରିଂରେ ଦେଖିବାକୁ ମିଳେ । ଶରଦ କହିଛନ୍ତି ପୁଟିନ ଓ ମୋଦୀଙ୍କ କାର୍ଯ୍ୟଶୈଳୀ ସମାନ । ତୃତୀୟ ଥର ମୋଦୀ ସରକାର ଆସିଲେ ଦେଶର ସମ୍ବିଧାନ ବଦଳିଯିବ । ମୋଦୀ ବିରୋଧୀଙ୍କ ସମାଲୋଚନା କରିବାକୁ କୌଣସି ମୌକା ହାତଛଡା କରନ୍ତି ନାହିଁ । ସେପଟେ କଂଗ୍ରେସ ମଧ୍ୟ ଶଦଙ୍କ ବୟାନକୁ ସମର୍ଥନ କରିଛି । ବିିଭନ୍ନ ପ୍ରସଙ୍ଗ ଉଠାଇ ମୋଦୀ ସରକାରଙ୍କୁ ରୋକିବା ପାଇଁ ଚେଷ୍ଟା କରାଯାଉଛି ସେପଟେ ନିଜ ଅନ୍ଦାଜରେ ଜବାବ ଦେଉଛନ୍ତି ବିଜେପି ନେତା ।