ଓଡିଶା ରସଗୋଲା ପାଇଁ କେବେ ଜିଆଇ ଆବେଦନ କରିବ ରାଜ୍ୟ : ତାରିଖ ପରେ ତାରିଖ ଗଡାଇ ଚାଲିଛନ୍ତି ମନ୍ତ୍ରୀ

36

କନକ ବ୍ୟୁରୋ : ଓଡିଶା ରସଗୋଲାର ଜିଆଇ ମାନ୍ୟତା ପାଇଁ କେବେ ଆବେଦନ କରିବେ ସରକାର । ଏମଏସଏମଇ ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ରସଗୋଲାର ଜିଆଇ ମାନ୍ୟତା ପାଇଁ ଦେଇଥିବା ଭିନ୍ନଭିନ୍ନ ୩ଟି ବୟାନ । ଏହି ବୟାନରୁ ସ୍ପଷ୍ଟ ହେଉଛିି କିଭଳି ଧାରାବାହିକ ଭାବେ ମିଛ କହିଚାଲିଛନ୍ତି ସରକାର । ପ୍ରଥମେ କହିଲେ ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ରସଗୋଲାର ଜିଆଇ ମାନ୍ୟତା ପାଇଁ ଆବେଦନ କରାଯିବ । ପୁଣି କହିଲେ ଡିସେମ୍ବର ଶେଷ ସୁଦ୍ଧା ଆବେଦନ ହେବ । ତାରିଖ ପରେ ତାରିଖ ବଦଳି ଚାଲିଲା ହେଲେ ପଦକ୍ଷେପ ଶୂନ ।

ପଶ୍ଚିମବଙ୍ଗ ବାଂଲାର ରସଗୋଲା ପାଇଁ ଜିଆଇ ମାନ୍ୟତା ପାଇବା ପରେ ଓଡିଶାରେ ରସଗୋଲାକୁ ନେଇ ଚାଲିଲା ହୋ ହଲ୍ଲା । ରାଜନୈତିକ ବୟାନବାଜି । ହେଲେ କଥା କେବଳ ପାଟିତୁଣ୍ଡ ଭିତରେ ଅଟକି ରହିଥିବା ପରି ମନେହେଉଛି । କାରଣ ୨ ମାସ ବିତିଯାଇଥିଲେ ବି ଜିଆଇ ଆବେଦନ ପାଇଁ ଦାୟିତ୍ୱ ନେଇଥିବା ୩ ବିଭାଗ ଏମଏସଏମଇ, ବିଜ୍ଞାନ ଓ କାରିଗରୀ କୈାଶଳ ଏବଂ ଶିଳ୍ପ ବିଭାଗ ଏ ସଂପର୍କରେ ପୁରାପୁରି ଚୁପ୍ ବସିଛନ୍ତି ।