କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡକରା : ୫ ତାରିଖରେ ସିଧାସଳଖ ରାହୁଲ ଗାନ୍ଧୀଙ୍କ ସହ ହେବ ଭେଟ

201

କନକ ବ୍ୟୁରୋ : କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀରୁ ଆସିଛି ଡାକରା । ପିସିସିର ନୂଆ ସଭାପତି ଘୋଷଣା ଚର୍ଚ୍ଚା ଭିତରେ ଆସନ୍ତା ୫ ତାରିଖରେ ଦିଲ୍ଲୀ ରାଜ୍ୟ କଂଗ୍ରେସ ବିଧାୟକଙ୍କ ସହ ଆଲୋଚନା କରିବେ ରାହୁଲ ଗାନ୍ଧୀ । ଏଥିପାଇଁ ବିଧାୟକମାନେ ଦିଲ୍ଲୀ ଯାଉଛନ୍ତି । ବୈଠକରେ ନୂଆ ସଭାପତି ଚୟନ ଓ ସାଙ୍ଗଠନିକ ପରିବର୍ତ୍ତନ ନେଇ ଆଲୋଚନା ହେବା ସମ୍ଭାବନା ରହିଛି ।

ଗତ ସପ୍ତାହରେ ଓଡିଶା ପ୍ରଭାରୀ ଚେଲ୍ଲା କୁମାର ଓଡିଶା ଆସି ସଙ୍ଗଠନ ସମ୍ପର୍କରେ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ । ଏହାପରେ ନୂଆ ସଭାପତି ଘୋଷଣା ନେଇ ଚର୍ଚ୍ଚା ବଢିଥିଲା । ୨୦୧୯ରୁ ବର୍ତ୍ତମାନର ସଭାପତି ନିରଞ୍ଜନ ପଟ୍ଟନାୟକ ଇସ୍ତ୍ରଫା ଦେଇସାରିଲେଣି । ଏହାପରେ ପିସିସି ସଭାପତି ପରବର୍ତ୍ତନ ପାଇଁ ଅନେକ ଥର ଦାବି ଉଠିଲାଣି । ତେବେ ରାହୁଲ ଗାନ୍ଧିଙ୍କ ସହ ବିଧାୟକଙ୍କ ଆଲୋଚନା ପରେ ନୂଆ ସଭାପତି ନେଇ ଘୋଷଣା ହୋଇପାରେ ବୋଲି ଆଲୋଚନା ହେଉଛି ।