ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ : ୩,୨୨୨ ସ୍କୁଲରେ ଶତପ୍ରତିଶତ ରେଜଲ୍ଟ

1,662

କନକ ବ୍ୟୁରୋ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ପୁସ୍ତିକା ଉନ୍ମୋଚନ କଲେ ଗଣଶିକ୍ଷା ମନ୍ତ୍ରୀ । ଚଳିତ ବର୍ଷର ପାସହାର ୯୬.୪୦ % ରହିଛି । ମୋଟ ୫ଲକ୍ଷ ୧୬ହଜାର ୪୨୬ ପିଲା ପାସ୍ କରିଛନ୍ତି । ୩,୨୨୨ ସ୍କୁଲରେ ଶତପ୍ରତିଶତ ରେଜଲ୍ଟ ହୋଇଛି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ ରହିଛି । ଛାତ୍ରୀଙ୍କ ପାସ୍ ହାର ୯୭.୦୫% ଥିବା ବେଳେ ଛାତ୍ରଙ୍କ ପାସ୍ ହାର ୯୫.୭୫% ରହିଛି ।  କଟକ ଓ ଜଗତସିଂହପୁରରେ ସର୍ବାଧିକ ପାସ୍ ହାର ୯୭.୯୯% ରହିଛି । ସେହିପରି  ମାଲକାନଗିରିରେ ସର୍ବନିମ୍ନ ପାସ୍ ହାର ୯୨.୬୮% ରହିଛି ।

କେଉଁ ଗ୍ରେଡରେ କେତେ ପାସ୍ ? 

A1 ରେ ୪ହଜାର ୧୫୮ ପରୀକ୍ଷାର୍ଥୀ ପାସ୍
A2 ରେ ୨୯ହଜାର ୭୩୮ ପରୀକ୍ଷାର୍ଥୀ ପାସ୍
B1 ରଖିଛନ୍ତି ୭୬ହଜାର ୫୬୭ ଛାତ୍ରଛାତ୍ରୀ
B2 ରେ ୧ଲକ୍ଷ ୧୮ହଜାର ୭୫୦ ପାସ୍
C ରେ ୧ଲକ୍ଷ ୨୧ହଜାର ୬୧୧ ପାସ
D ରେ ୯୫ହଜାର ୬ଜଣ ପରୀକ୍ଷାର୍ଥୀ ପାସ୍
E ରେ ୬୧ହଜାର ୪୭୪ ପିଲା ପାସ୍
F ରେ ୭ହଜାର ୬୪୫ ଜଣ ପରୀକ୍ଷାର୍ଥୀ ପାସ୍

ତେବେ ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ । ୱେବସାଇଟକୁ ଯାଇ କିମ୍ବା ଏସ୍ଏମ୍ଏସ୍ କରି ପରୀକ୍ଷା ଫଳ ଜାଣିହେବ । ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ ଡଟ୍ ବିଏସ୍ଇଓଡ଼ିଶା ଡଟ୍ ଏସି ଡଟ୍ ଇନ୍ ୱେବସାଇଟ୍ରେ ପରୀକ୍ଷା ଫଳ ଜାଣିହେବ । ସେହିପରି ଏସ୍ଏମ୍ଏସ୍ ପାଇଁ ଓଆର୧୦ ଲେଖି ସ୍ପେସ୍ ଦେଇ ରୋଲ୍ ନମ୍ବର ଦେବାକୁ ପଡ଼ିବ । ଏହା ପରେ ୫୬୭୬୭୫୦କୁ ପଠାଇଲେ ରେଜଲ୍ଟ ମିଳିପାରିବ । ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି ସୂଚନା ଦେଇଥିଲେ । ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପିଲା ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି । ୩ ହଜାର ୨୧୮ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ହୋଇଥିଲା । ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାର ମୂଲ୍ୟାୟନ ଏପ୍ରିଲ ୩ ତାରିଖରୁ ଆରମ୍ଭ ହୋଇ ୧୨ ଦିନ ପର୍ଯ୍ୟନ୍ତ ଚାଲିଥିଲା ।