ଗୃହରେ ଉଠିଲା ବିହନ ଅଭାବ ପ୍ରସଙ୍ଗ । ୧୦୦୯ ବିହନ ନମିଳିବା ନେଇ ପ୍ରଶ୍ନ ଉଠାିଲେ ସୁର ରାଉତରାୟ

62

କନକ ବ୍ୟୁରୋ : ବିଧାନସଭାରେ ଉଠିଲା ବିହନ ଅଭାବ ପ୍ରସଙ୍ଗ । ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟଙ୍କ ଗୃହରେ ଉଦବେଗ । ୧୦୦୯ ଧାନ ବିହନ ପୁରଣା ବିହନ ନ ମିଳିବା ନେଲ ପ୍ରଶ୍ନ ଉଠାଇ ଥିଲେ କଂଗ୍ରେସ ବିଧାୟକ ସୁତ ରାଉତରାୟ । ସରକାର ଯୋଗାଉଥିବା ବିହନ ଗଜା ହେଉନଥିବା ଅଭିଯୋଗ ଆଣିଥିଲେ ବିରୋଧୀ ।

କୃଷି ମନ୍ତ୍ରୀ କହିଛନ୍ତି ୨୦୨୨-୨୩ରେ ୩୩ଲକ୍ଷ୧୯ ହଜାର ୩୯୦ ହେକ୍ଟର ଜମିରେ ଧନ ଚାଷ କରିବାକୁ ଲକ୍ଷ ରଖିଛନ୍ତି । ସେଥିପାଇଁ ୧୩,ଲକ୍ଷ୨୭ ହାଜର ୭୬୦ କୁଇଣ୍ଟାଲ ବିହନ ଆବଶ୍ୟକ ରହିଛି। ସେଥିରୁ ୪ଲକ୍ଷ୭୫ ହଜାର୨୪୪ କୁଇଣ୍ଟାଲ ବିହନ ବିଭିନ୍ନ ରାଜ୍ୟରୁ ଆଣି ଚାଷୀଙ୍କୁ ଯୋଗାଇ ଛନ୍ତି। ରାଜ୍ୟରେ ବିହନ ଉତ୍ପାଦନ ପାଇଁ ୫୨୦୦ ଚାଷୀ ନିୟୋଜିତ କରିଛନ୍ତି।

ଭାରତ ସରକାରଙ୍କ ସିଡ ନିୟମ ଅନୁସାରର ୧୦ ବର୍ଷରେ ଥରେ ବିହନ ପରିବର୍ତ୍ତନ ହୋଇଥାଏ । ସେଥିପାଇଁ ପୁରୁଣା ବିହନ ସରକାରଙ୍କ ପାଖରେ ନାହିଁ । ବର୍ତ୍ତମାନ ସୁଦ୍ଧା ୭୫ ଟି ନୂଆ ବିହନ ସରକାର ଯୋଗାଉଛନ୍ତି । ବର୍ତ୍ତମାନ ୨୨ ଟି ବେସରକାରୀ ସଂସ୍ଥା ବିହନ ଯୋଗାଉଥିବାବେଳେ ୯୦ ଟି ବେସରକାରୀ ସଂସ୍ଥା ରାଜ୍ୟ ବିହନ ନିଗମ ଚୁକ୍ତି କରିଛନ୍ତି । ଯେଉଁଠି ଗଜା ମରୁଡି ହୋଇଛି । ଅଭଯୋଗ ଆସିଲେ ସରକାର ତୁରନ୍ତ ଫିଲଡ଼ ଭିଜିଟ କରି ପଦକ୍ଷପ ନେବେ ବୋଲି କହିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।