ହିଂସା ପ୍ରବଣ ମଣିପୁରରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ । ବଖାଣିଲେ ସେଠିକାର ଲୋମଟାଙ୍କୁରା ଅନୁଭୂତି

488

କନକ ବ୍ୟୁରୋ: ହିଂସା ପ୍ରବଣ ମଣିପୁରରୁ ଫେରିଲେ ଓଡ଼ିଆ । ଇମ୍ଫାଲରେ ଥିବା ସେଣ୍ଟ୍ରାଲ କୃଷି ୟୁନିଭର୍ସିଟିରେ ପାଠ ପଢୁଥିବା ପିଲା ଓଡ଼ିଶା ଫେରିଛନ୍ତି । ରାଜ୍ୟ ସରକାରଙ୍କ ଉଦ୍ୟମକ୍ରମେ ମଣିପୁରରୁ ବିମାନ ଯୋଗେ ଭୁବନେଶ୍ୱର ଫେରିଛନ୍ତି ୧୦ ଜଣ ଛାତ୍ରଛାତ୍ରୀ । ଭୁବନେଶ୍ୱର ଫେରିବା ପରେ ସେଠାକାର ଅନୁଭୂତି ବଖାଣିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ନବୀନ ନିବାସ ଯାଇଥିଲେ ଛାତ୍ରଛାତ୍ରୀ ।

ମଣିପୁର ହିଂସାରେ ୫୪ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଭୟରେ ଏକ ହଜାରରୁ ଉର୍ଦ୍ଧ୍ୱ ଲୋକ ମଣିପୁର ଛାଡ଼ି ପଡ଼ୋଶୀ ଆସାମରେ ଶରଣ ନେଇଛନ୍ତି । ରାଜ୍ୟରେ ସେନା, ଆସାମ ରାଇଫଲସ୍ ଏବଂ ର୍ୟାପିଡ଼ ଆକ୍ସନ ଫୋର୍ସ ନିୟୋଜିତ ହେବା ପରେ ପରିସ୍ଥିତି ସୁଧୁରିବାରେ ଲାଗିଛି । ଶନିବାର ଇମ୍ପାଲରେ ଦୋକାନ ବଜାର ଖୋଲିବା ସହ ରାସ୍ତାରେ ଯାନବାହାନ ଚଳାଚଳ କରୁଥିବା ଦେଖିବାକୁ ମିଳିଛି । ପେଟ୍ରୋଲ ପମ୍ପଗୁଡ଼ିକରେ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି । ଲୋକମାନେ ଦୋକାନ ବଜାରରୁ ଅତ୍ୟାବଶ୍ୟକ ଜିନିଷ କିଣିଛନ୍ତି । ମୋଟ ୧୧ ହଜାର ପାଖାପାଖି ସୈନ୍ୟ ନିୟୋଜିତ ହୋଇଛନ୍ତି ।