କନକ ବ୍ୟୁରୋ: ନିର୍ବାଚନକୁ ନେଇ ଏବେ ସବୁ ଦଳ ଜୋରସୋରରେ ପ୍ରସ୍ତୁତି ଚଲାଇଥିବାବେଳେ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଷ୍ଟାର ପ୍ରଚାରକମାନଙ୍କୁ ଦେଖିବାକୁ ମିଳିଥିଲା । ଡାବୁଗାଁ ବିଧାନସଭା କ୍ଷେତ୍ରରେ ଶଙ୍ଖ ଫୁଙ୍କିବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଛି ଶାସକ ଦଳ । ସେଥିପାଇଁ ତାର ଷ୍ଟାର ପ୍ରଚାରକଙ୍କୁ ନେଇ ଆରମ୍ଭ କରିଛି ଜୋରଦାର କ୍ୟାମ୍ପେନିଂ । ଏହି ଅଂଚଳର ସମସ୍ତ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦଳ କରିଛି ସ୍ୱତନ୍ତ୍ର ରଣନୀତି । ଆଉ ଏହି ଅଭିଯାନରେ ସାମିଲ ହୋଇଛନ୍ତି ଦଳର ଷ୍ଟାର ପ୍ରଚାରକ ଅଭିନେତା ଅରିନ୍ଦମ ।
Kanak News is now on WhatsApp
Join and get latest news updates delivered to you via WhatsApp
ଅରିନ୍ଦମ ଡାବୁଗାଁ ଓ ପାପଡାହାଣ୍ଡିରେ ବିଜେଡି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି । ରୋଡ ଶୋ ଓ ସାଧାରଣ ସଭା କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଭାଷଣ ଦେଇଛନ୍ତି । ଜିଲ୍ଲାର ୪ଟି ବିଧାନସଭା କ୍ଷେତ୍ରରୁ ଡାବୁଗାଁକୁ କବଜାରେ ରଖିଛି କଂଗ୍ରେସ । ତେବେ ତୃଣମୂଳ ସ୍ତରର ନିର୍ବାଚନରେ ସଫଳତା ହିଁ କଂଗ୍ରେସର ଏହି ଗଡ ଭେଦ କରିବାରେ ବିଜେଡିକୁ ସହାୟକ ହେବ ବୋଲି ଦଳ ଆଶା ରଖିଛି ।