ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ । କୋଭିଡ ଗାଇଡଲାଇନ ମାନିବାକୁ ମୁଖ୍ୟମନ୍ତ୍ରୀ ଦେଲେ ଆହ୍ୱାନ

119

କନକ ବ୍ୟୁରୋ : ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ । ମହାରାଷ୍ଟ୍ର ସମେତ ଅନ୍ୟ କିଛି ରାଜ୍ୟରେ କୋଭିଡର ପ୍ରଭାବ ଦେଖିବାକୁ ମିଳିଲାଣି। ତେଣୁ କୋଭିଡ ଗାଇଡ଼ଲାଇନ ମାନିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ମାସ୍କ ପିନ୍ଧିବା ସାମାଜିକ ଦୂରତା ମାନିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ।

କୋଭିଡ ମହାମାରୀ ପ୍ରତ୍ୟେକ ଗାଁ ପ୍ରତ୍ୟେକ ବ୍ୟକ୍ତିକୁ ପ୍ରଭାବିତ କରିଛି। ଆମେ ଦୃଢ଼ତାର ସହ ମୁକାବିଲା କରିଛୁ । ପ୍ରଥମ ରାଜ୍ୟ ଭାବେ ବିପର୍ୟ୍ୟୟ ଘୋଷଣା ହୋଇଥିଲା। ଲାକଡାଉନ ଘୋଷଣା କରିଥିଲୁ। କିନ୍ତୁ କୋଭିଡରେ ସରପଞ୍ଚ, ଆଶାକର୍ମୀ ଓ ଅନ୍ୟମାନେ ଭଲ କାମ କରିଛନ୍ତି। କୋଭିଡ ମୁକାବିଲା ପାଇଁ ପ୍ରଶଂସିତ ହୋଇଛି ଓଡିଶା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ବିବୃତି ବେଳେ ଅସନ୍ତୋଷ ପ୍ରକାଶ କରି ବିରୋଧୀ କଂଗ୍ରେସ ଓ ବିଜେପି କକ୍ଷତ୍ୟାଗ କରିଥିଲେ। ଗୃହ ଆସନ୍ତା ସୋମବାର ୧୦ ଟା ୩୦ ଯାଏଁ ମୁଲତବୀ ରହିଛି ।