କନକ ବ୍ୟୁରୋ: ଦେଶର ୫ଟି ରାଜ୍ୟରେ ଦୈନିକ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପୁଣିଥରେ ଚିନ୍ତା ପଶିଛି । ମହାରାଷ୍ଟ୍ର, କେରଳ, ପଂଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଉପରମୁହାଁ ହେଉଥିବାରୁ ଏହି ରାଜ୍ୟଗୁଡିକୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ।
ଗତ ୨୪ ଘଂଟାରେ ମହାରାଷ୍ଟରେ ୬ ହଜାର ଉପରେ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ୪୪ରେ ପହଁଚିଛି । କେରଳରେ ମଧ୍ୟ ସାଢ଼େ ୪ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପଂଜାବ ଓ ମଧ୍ୟପ୍ରଦେଶରେ ମଧ୍ୟ ହଠାତ୍ ସଂକ୍ରମଣ ଗ୍ରାଫ୍ ଉପରକୁ ଉଠିଛି । ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ମଧ୍ୟ ନୂଆ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ଯଦିଓ ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି, ତେବେ ସତର୍କ ନରହିଲେ ଏହି ସଂଖ୍ୟା କେତେବେଳେ ବଦଳିଯିବ, ଆକଳନ କରିବା ମୁସ୍କିଲ । ତେବେ ନଜର ପକାନ୍ତୁ ବିଭିନ୍ନ ରାଜ୍ୟର କରୋନା ମିଟର ଉପରେ...
ମହାରାଷ୍ଟ୍ର
- ନୂଆ ଆକ୍ରାନ୍ତ : ୬,୧୧୨
- ସୁସ୍ଥ : ୨,୧୫୯
- ମୃତ୍ୟୁ : ୪୪
କେରଳ
- ନୂଆ ଆକ୍ରାନ୍ତ : ୪,୫୦୫
- ସୁସ୍ଥ : ୪,୮୫୪
- ମୃତ୍ୟୁ : ୧୫
ପଂଜାବ
- ନୂଆ ଆକ୍ରାନ୍ତ : ୩୮୩
- ସୁସ୍ଥ : ୨୧୪
- ମୃତ୍ୟୁ : ୦୮
ମଧ୍ୟପ୍ରଦେଶ
- ନୂଆ ଆକ୍ରାନ୍ତ : ୨୯୭
- ସୁସ୍ଥ : ୨୫୦
- ମୃତ୍ୟୁ : ୦୨
ଛତିଶଗଡ଼
- ନୂଆ ଆକ୍ରାନ୍ତ : ୨୫୯
- ସୁସ୍ଥ : ୨୨୨
- ମୃତ୍ୟୁ : ୦୩
ଛତିଶଗଡ଼ରେ ସଂଖ୍ୟା ବଢ଼ୁଥିବା ବେଳେ ଓଡ଼ିଶାରେ ଗତ ୭ ଦିନ ମଧ୍ୟରେ ଦୈନିକ ସଂକ୍ରମଣ ମାମଲାରେ ଆଖିଦୃଶିଆ ପରିବର୍ତନ ହୋଇନାହିଁ । ହେଲେ ଯେଉଁପରି ଭାବେ ରାଜ୍ୟ-ରାଜ୍ୟ ମଧ୍ୟରେ ସ୍ୱାଭାବିକ ଯାତାୟାତ ହେଉଛି, ସ୍କୁଲ ଖୋଲିଛି, ବଜାର ଓ ଧର୍ମପୀଠରେ ଗହଳି ଦେଖିବାକବୁ ମିଳୁଛି ଏବଂ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଆଦି କଟକଣାକୁ ପୂର୍ବଭଳି ପାଳନ କରାଯାଉନାହିଁ, ତାହା ଚିନ୍ତାର ବିଷୟ ହୋଇଛି । ଡାକ୍ତର, ବିଶେଷଜ୍ଞମାନେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । କାରଣ ପୁଣିଥରେ କରୋନା ବେଲଗାମ୍ ହେଲେ, ତାକୁ ରୋକିବା କଷ୍ଟକର ହୋଇପଡ଼ିବ ।
ଓଡ଼ିଶା କରୋନା ମିଟର
- ୧୩ ଫେବୃଆରୀ - ନୂଆ ଆକ୍ରାନ୍ତ - ୭୩
- ୧୪ ଫେବୃଆରୀ- ନୂଆ ଆକ୍ରାନ୍ତ - ୮୮
- ୧୫ ଫେବୃଆରୀ- ନୂଆ ଆକ୍ରାନ୍ତ - ୬୦
- ୧୬ ଫେବୃଆରୀ- ନୂଆ ଆକ୍ରାନ୍ତ - ୭୫
- ୧୭ ଫେବୃଆରୀ- ନୂଆ ଆକ୍ରାନ୍ତ - ୬୩
- ୧୮ ଫେବୃଆରୀ- ନୂଆ ଆକ୍ରାନ୍ତ - ୫୩
- ୧୯ ଫେବୃଆରୀ- ନୂଆ ଆକ୍ରାନ୍ତ - ୬୫
ଦୈନିକ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଥିବା ବେଳେ ଫେବ୍ରୁଆରୀ ୧୬ ତାରିଖରୁ ହଠାତ୍ ଓଲଟି ଯାଇଛି ଗଣିତ । ୧୬ ତାରିଖରେ ୧୦ ହଜାର ତଳେ ସଂକ୍ରମଣ ଥିଲା, ୫ ଦିନରେ ଏହା ବଢ଼ି ପାଖାପାଖି ୧୪ ହଜାରରେ ପହଁଚିଛି ଦୈନିକ ସଂକ୍ରମଣ । ପ୍ରତିଦିନ ଏହି ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଂଟାରେ ମୃତ୍ୟୁ ସଂଖ୍ୟା ୧୦୧ ରହିଛି । ବଢ଼ୁଥିବା ସଂକ୍ରମଣ ଯେତିକି ଚିନ୍ତା ବଢ଼ାଇଛି, ସେତିକି ଚିନ୍ତାଜନକ ରହିଛି କରୋନାର ନୂଆ ନୂଆ ରୂପ । ନୂଆ ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ବର୍ଷକ ମଧ୍ୟରେ କେବଳ ଭାରତରେ କରୋନାର ୭,୫୬୯ ଟି ରୂପ ଦେଖିବାକୁ ମିଳିଛି ।
ଦେଶର କରୋନା ମିଟର
- ୧୬ ଫେବୃଆରୀ- ନୂଆ ଆକ୍ରାନ୍ତ - ୯,୧୨୧
- ୧୭ ଫେବୃଆରୀ- ନୂଆ ଆକ୍ରାନ୍ତ - ୧୧,୬୧୦
- ୧୮ ଫେବୃଆରୀ- ନୂଆ ଆକ୍ରାନ୍ତ - ୧୨,୮୮୧
- ୧୯ ଫେବୃଆରୀ- ନୂଆ ଆକ୍ରାନ୍ତ - ୧୩, ୧୯୩
- ୨୦ ଫେବୃଆରୀ- ନୂଆ ଆକ୍ରାନ୍ତ - ୧୩, ୯୯୩