ଓବିସି କୋଟା ପାଇଁ କ୍ରିମି ଲେୟରର ଆୟ ସୀମା ବୃଦ୍ଧି କଲେ କେନ୍ଦ୍ର କ୍ୟାବିନେଟ

78

କନକ ବ୍ୟୁରୋ : କେନ୍ଦ୍ର ସରକାର ଓବିସିଙ୍କୁ ମିଳୁଥିବା ସଂରକ୍ଷଣରେ ସବ କେଟାଗୋରୀ ଚିହ୍ନଟ କରିବା ପାଇଁ ଏକ କମିସନ ଗଠନ ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ଦେଇଛନ୍ତି । ଏବେ ଏହି ପ୍ରସ୍ତାବକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ । ଏହା ଜରିଆରେ ଲାଭ ପାଇବାରୁ ବଂଚିତ ବର୍ଗଙ୍କୁ ମଧ୍ୟ ଓବିସିରେ ଯୋଡାଯାଇ ପାରିବ । ଅନ୍ୟ ପଛୁଆ ବର୍ଗ କୋଟାର ଲାଭ ମାତ୍ର କିଛି ଜାତି ଉଠାଉଥିବା ନେଇ ପୂର୍ବରୁ ବହୁବାର କେନ୍ଦ୍ର ସରକାରଙ୍କ ପାଖରେ ଅଭିଯୋଗ ହୋଇଛି । ତେଣୁ ସରକାର କମିସନ ଗଠନକୁ ମଂଜୁର କରିଛନ୍ତି ।

କମିଶନର ଅଧ୍ୟକ୍ଷ ନିଯୁକ୍ତି ହେବାର ୧୨ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି । ସେହିପରି କେନ୍ଦ୍ର କ୍ୟାବିନେଟ ଓବିସି କୋଟା ପାଇଁ କ୍ରିମି ଲେୟରର ଆୟ ସୀମାକୁ ବଢାଇ ଦେଇଛନ୍ତି । ଏବେ ବର୍ଷକୁ ୮ଲକ୍ଷ ଟଙ୍କା ଆୟ କରୁଥିବା ଓବିସି ପରିବାର କ୍ରିମି ଲେୟର ମଧ୍ୟରେ ଆସିବେ । ପୂର୍ବରୁ ଏହାର ଲାଭ ବାର୍ଷିକ ୬ ଲକ୍ଷ ଟଙ୍କା ଆୟ କରୁଥିବା ପରିବାର ପାଉଥିଲେ । ସରକାରଙ୍କ ଏହି ନିଷ୍ପତି ଯୋଗୁଁ ଆଗକୁ ଓବିସି ବର୍ଗର ବହୁ ଲୋକ ଚାକିରୀ କ୍ଷେତ୍ରରେ ସଂରକ୍ଷଣରୁ ସୁବିଧା ପାଇପାରିବେ । ପୂର୍ବରୁ ଜାତୀୟ ପଛୁଆ ବର୍ଗ କମିଶନ ତିନିଟି ସବ କାଟାଗୋରି କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।