ପ୍ରଫେଟ୍ ମହମ୍ମଦଙ୍କ ବିରୋଧୀ ବୟାନକୁ ନେଇ ବଢ଼ୁଛି ବିବାଦ : ନୂପୁର ଶର୍ମାଙ୍କ ସମେତ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ

110

କନକ ବ୍ୟୁରୋ : ବିବାଦୀୟ ବୟାନ ବିବାଦ ଘେରକୁ ଆସିଥିବା ବିଜେପି ପ୍ରବକ୍ତା ନୂପୁର ଶର୍ମାଙ୍କ ସମେତ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ । ଦିଲ୍ଲୀ ପୋଲିସର ସ୍ପୋଶାଲ ସେଲର ସାଇବର ୟୁନିଟ୍ ଏହି ମାମଲା ରୁଜୁ କରିଛି । ନୂପୁର ଶର୍ମାଙ୍କ ସମେତ ବିଜେପିର ପୂର୍ବ ପ୍ରବକ୍ତା ନବୀନ କୁମାର ଜିନ୍ଦଲ, ଶାଦାବ ଚୌହାନ, ସବା ନକବୀ, ମୌଲାନା ମୁଫତି ନଦୀମ, ଅବଦୁଲ ରହମାନ, ଗୁଲଜାର ଅନସାରୀ, ଅନିଲ କୁମାର ମିଣା ଏବଂ ପୂଜା ଶକୁନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଏହି ୯ ଜଣଙ୍କ ବିରୋଧରେ ଅଲଗା ଅଲଗା ଧର୍ମ ବିରୋଧରେ ଅଶୋଭନୀୟ ବୟାନ ଦେଇ ପରସ୍ଥିତି ଖରାପ କରୁଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି । ମାମଲା ରୁଜୁ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ ଦେଇ ବିବାଦୀୟ ହୋଇପଡ଼ିଛନ୍ତି ବିଜେପି ପ୍ରବକ୍ତା ନୂପୁର ଶର୍ମା । ଏହି ଘଟଣାକୁ ନେଇ ଆରବ ଦେଶ ମାନେ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବିବାଦୀୟ ବୟାନ ପାଇଁ ନୂପୁର ଶର୍ମାଙ୍କୁ ନିଲମ୍ବିତ କରିଛି ଦଳ ।