ଖୁବ ଶୀଘ୍ର ଖୋଲିବ ରତ୍ନଭଣ୍ଡାର, ଗଣତି ହେବ ବହୁମୂଲ୍ୟ ଅଳଙ୍କାର : ଆଇନ ମନ୍ତ୍ରୀ

195

କନକ ବ୍ୟୁରୋ: ରତ୍ନଭଣ୍ଡାରକୁ ନେଇ ବଡ ଖବର । ରତ୍ନଭଣ୍ଡାର ସହ ଓଡିଆଙ୍କ ଭାବାବେଗ ଜଡିତ ଥିବାବେଳେ ରତ୍ନଭଣ୍ଡାର ଖୋଲିବା ନେଇ ପ୍ରକ୍ରିୟା ଜାରି ରହିଛି ଖୁବଶୀଘ୍ର ଏହାକୁ ଖୋଲାଯିବ ଏବଂ ଏଥିରେ ଥିବା ସବୁ ବହୁମୂଲ୍ୟ ଅଳଙ୍କାରକୁ ଗଣତି କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

 ରତ୍ନଭଣ୍ଡାରରେ କେତେ ଅଳଙ୍କାର ରହିଛି ଏହାକୁ ଗଣତି କରାଯିବ ପରେ ରିପୋର୍ଟକୁ ସାର୍ବଜନୀନ କରାଯିବ । ତେବେ ରତ୍ନଭଣ୍ଡାର ଖୋଲାଯିବା ନିଶ୍ଚିତ । ଏହାକୁ କେଉଁଦିନ ଓ କିପରି ଖୋଲାଯିବ ସେନେଇ ମୋଡାଲିଟି ପ୍ରସ୍ତୁତ କରାଯିବ । ଶାସନକୁ ଆସିବା ପୂର୍ବରୁ ବିଜେପି ଯେଉଁ ପ୍ରତିଶ୍ରୁତିି ଦେଇଥିଲା ତାହା ନିଶ୍ଚୟ ପୂୂରଣ ହେବ ବୋଲି କହିଛନ୍ତି ମନ୍ତ୍ରୀ ।