ଭୁବନେଶ୍ୱରରେ ୨୩ ତାରିଖରେ ନୂଆଁଖାଇ ଭେଟଘାଟ୍। ମାଆ ସମଲେଇଙ୍କ ପାଖରେ ଅର୍ପଣ ହେଲା ନିମନ୍ତ୍ରଣପତ୍ର। 

87

କନକ ବ୍ୟୁରୋ:  ଭୁବନେଶ୍ୱରରେ ନୂଆଁଖାଇ ପରିବାର ତରଫରୁ ସେପ୍ଟେମ୍ବର ୨୩ ତାରିଖରେ ହେବାକୁ ଥିବା ନୂଆଁଖାଇ ଭେଟଘାଟ୍ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଠାରେ ଇଷ୍ଟଦେବୀଙ୍କ ପାଖରେ ନୂଆଁଖାଇ ଭେଟଘାଟ୍ କାର୍ୟ୍ୟକ୍ରମର ପ୍ରଥମ ନିମନ୍ତ୍ରଣ ଦିଆଯିବା ସହ   ଆଗାମୀ କାର୍ୟ୍ୟକ୍ରମର ବିଭିନ୍ନ ଦିଗ ବିଷୟରେ ଆଲୋଚନା ହୋଇଥିଲା।

ସ୍ଥାନୀୟ ଅଟଳ ଭବନ, ୟୁନିଟ୍ -୪ରେ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ରଙ୍କ ସଭାପତିତ୍ବରେ ନୂଆଁଖାଇ ପରିବାରର ଏକ ବୈଠକ ବସିଥିଲା। ଏଥିରେ ଆଗାମୀ ସେପ୍ଟେମ୍ବର ୨୩ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ନୂଆଁଖାଇ ଭେଟଘାଟ-୨୦୨୨ର ସବିଶେଷ ଆଲୋଚନା ହୋଇଥିଲା । ବୈଠକରେ ପ୍ରବୋଧ ରଥ, ଶ୍ରୀମୟୀ ମିଶ୍ର, ପ୍ରେମାନିଧି ସେଠ, ଇନ୍ଦ୍ରମଣି ତ୍ରିପାଠୀ, ପଲ୍ଲବୀ ହୋତା, ଆଶିଷ ମିଶ୍ର, ପୁରନ୍ଦର ନନ୍ଦ, ଶୁଭାଶିଷ ମିଶ୍ର, ସଞ୍ଜୟ ତ୍ରିପାଠୀ, ସୁଜିତ କରଣ, ଦୁଃଖୀଶ୍ୟାମ ନନ୍ଦ, ପଙ୍କଜ ସାହୁ ପ୍ରମୁଖ ଉପସ୍ଥିତ ରହି ନୂଆଁଖାଇ ଭେଟଘାଟର ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

ଏହି ବୈଠକ ନୂଆଁଖାଇ ଭେଟଘାଟର ‘ନିମନ୍ତ୍ରଣ’ ଲୋକାର୍ପିତ କରାଯାଇ ପ୍ରଥମ ନିମନ୍ତ୍ରଣ ଇଷ୍ଟଦେବୀଙ୍କୁ ସମର୍ପିତ କରାଯାଇଥିଲା। ରାଜଧାନୀ ଭୁବନେଶ୍ଵରରେ ନୂଆଁଖାଇ ଭେଟଘାଟ ମାଧ୍ୟମରେ ଯେପରି ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଆଦିର ଯଥାର୍ଥ ପ୍ରତିନିଧିତ୍ଵ କରାଯାଇ ପାରିବ ସେଉପରେ ଆଲୋଚନା ହୋଇଥିଲା। ।