ଭାରତୀୟ ଆଇସିୟୁକୁ ନେଇ ଆସିଲା ସାଂଘାତିକ ତଥ୍ୟ। ରୋଗ ଭଲ କରିବାକୁ ଯାଇ ରୋଗୀ ହୋଇ ଫେରୁଛନ୍ତି।

155

କନକ ବ୍ୟୁରୋ: ସଂକ୍ରମଣର ହଟ୍ ଜୋନ୍ ପାଲଟୁଛି ଭାରତୀୟ ଆଇସିୟୁ । ଇଣ୍ଟେନସିଭ କେୟାର ୟୁନିଟ୍ ଅର୍ଥାତ୍ ଏଠାରେ ରୋଗୀଙ୍କର ସ୍ୱତନ୍ତ୍ର ଯତ୍ନ ନିଆଯାଏ । ଗୁରୁତର ରୋଗୀଟିଏକୁ ସୁସ୍ଥ କରିବାପାଇଁ ଆଇସିୟୁରେ ରଖି ଚିକିତ୍ସା କରାଯାଏ । ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ରୋଗୀ ଆଇସିୟୁରୁ ଭଲ ହୋଇ ଆସିବା ପରେ ପୁଣି ମାରାତ୍ମକ ଜୀବାଣୁରେ ସଂକ୍ରମିତ ହେଉଛନ୍ତି । ଏପରିକି ଏହି ଜୀବାଣୁ ସେମାନଙ୍କ ମୃତ୍ୟୁର କାରଣ ପାଲଟିଛି । ଆଇସିୟୁ ବାହାରେ ଥିବା ଜୀବାଣୁ ଦ୍ୱାରା ରୋଗୀ ସଂକ୍ରମିତ ହୋଇ ଅଧିକ ଗୁରୁତର ହୋଇପଡ଼ୁଛନ୍ତି । ପାଶ୍ଚାତ୍ୟ ଦେଶ ଗୁଡିକରେ ଥିବା ଆଇସିୟୂ ତୁଳନାରେ ଭାରତୀୟ ଆଇସିୟୁ ଗୁଡିକରେ ଏହିଭଳି ମାରାତ୍ମକ ଜୀବାଣୁ ଠାରୁ ସୁରକ୍ଷା ଦେବା ପାଇଁ ବିଶେଷ ପ୍ରତିଷେଧକ ବ୍ୟବସ୍ଥା ନାହିଁ ।
ବିଶେଷଜ୍ଞ ଡାକ୍ତର କହିଛନ୍ତି ଅତ୍ୟଧିକ ଆଣ୍ଟିବାୟୋଟିକ୍ ବ୍ୟବହାର ଯୋଗୁ ମଧ୍ୟ ରୋଗୀଙ୍କୁ ଏହିଭଳି ସଂକ୍ରମଣରର ଆଶଙ୍କା ବଢିଯାଉଛି । ନଜର ପକାନ୍ତୁ କିଛି ତଥ୍ୟ ଉପରେ .. .
– ରୋଗ ଭଲ କରିବାକୁ ଯାଇ ରୋଗୀ ହୋଇ ଫେରୁଛନ୍ତି
– ରୋଗରୁ ଭଲ ହେବା ପରେ ପୁଣି ହେଉଛନ୍ତି ସଂକ୍ରମିତ
– ଆଇସିୟୁ ବାହାରେ ଜନ୍ମ ନେଉଥିବା ଜୀବାଣୁ ଦ୍ୱାରା ହେଉଛନ୍ତି ଆକ୍ରାନ୍ତ
– ଦେଶର ୧୨୦ଟି ଆଇସିୟୁରୁ ନମୁନା ସଂଗ୍ରହ କରି ସର୍ଭେକ୍ଷଣ
– ୩୮.୧% ରୋଗୀଙ୍କ ରକ୍ତ ନମୁନାରେ ମିଳିଲା ସଂକ୍ରମଣ
– ୨୭.୯% ରୋଗୀଙ୍କ ମୁତ୍ରାଶୟରେ ସଂକ୍ରମଣ ଚିହ୍ନଟ
– ଅତ୍ୟଧିକ ଆଣ୍ଟିବାୟୋଟିକ ଦିଆଯିବାରୁ ପଡ଼ୁଛି ପ୍ରଭାବ
– ଭାରତୀୟ ଆଇସିୟୁରେ ନାହିଁ ସଂକ୍ରମଣ ନିରୋଧୀ ବ୍ୟବସ୍ଥା
– ୮୭.୫% ନମୁନାରେ ରହିଛି ରକ୍ତ, ମୁତ୍ରାଶୟ ଓ ଫୁସଫୁସ ସଂକ୍ରାମକ ଜୀବାଣୁ