ଓଡିଶାରେ ଲାଗୁ ହୋଇପାରେ ଏନଆରସି । ଭାରତୀୟ ରେଜିଷ୍ଟ୍ରାର ଜେନେରାଲଙ୍କୁ ଚିଠି ଲେଖିଲା ଗୃହ ମନ୍ତ୍ରାଳୟ

ଆମିକସକ୍ୟୁରୀଙ୍କ ପରାମର୍ଶ ଆଧାରରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ

1,371

କନକ ବ୍ୟୁରୋ: ଓଡିଶାରେ ଲାଗୁ ହୋଇପାରେ ଏନଆରସି । ଏନେଇ ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କୁ ଚିଠି ଲେଖିଛନ୍ତି ଗୃହ ମନ୍ତ୍ରଣାଳୟ । ଚିଠିରେ କେନ୍ଦ୍ରାପଡାରେ ଏନଆରସି ଲାଗୁ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଏଥିରେ ଚଳିତବର୍ଷ ଜାନୁଆରୀ ୨୧ରେ ଓଡିଶା ହାଇକୋର୍ଟ ଦେଇଥିବା ରାୟ ସମ୍ପର୍କରେ ଉଲ୍ଲେଖ ଅଛି ।

ଚିଠିରେ କୁହାଯାଇଛି, ଏନଆରସି ଲାଗୁ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅଛି । ଏଥିପାଇଁ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ତେଣୁ ଆମିକସ କ୍ୟୁରିଙ୍କ ପରାମର୍ଶ ଆଧାରରରେ ପଦକ୍ଷେପ ନେବାକୁ କୋର୍ଟ କହିଛନ୍ତି । ଏ ନେଇ ଆମିକସ କ୍ୟୁରି ଗୃହ ମନ୍ତ୍ରଣାଳୟକୁ ଇ-ମେଲ୍ ପଠାଇଥିଲେ ।

ଆଉ ଏହି ଇ-ମେଲକୁ ରେଜିଷ୍ଟ୍ରାର ଜେନେଲାଲକୁ ପଠାଇଛି ଗୃହ ମନ୍ତ୍ରଣାଳୟ । ପୂର୍ବରୁ ଆସାମରେ ଏନଆରସି ଲାଗୁ କରାଯାଇଛି । ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାରା ଦେଶରେ ଏନଆରସି ଲାଗୁ ହେବ ବୋଲି କହିଥିଲେ । ଏବେ ଏହି ଚିଠି ପରେ କେନ୍ଦ୍ରପଡାରେ ଏନଆରସି ଲାଗୁ ହୋଇପାରେ ବୋଲି କୁହାଯାଉଛି ।