ମଣିପୁର ସାଂସଦଙ୍କ ଗମ୍ଭୀର ଅଭିଯୋଗ । କହିଲେ, ମଣିପୁର ପ୍ରସଙ୍ଗରେ ଆମକୁ କହିବାର ସୁଯୋଗ ଦିଆଗଲା ନାହିଁ

192

କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟିର ସହଯୋଗୀ ଦଳ ନାଗା ପିପୁଲ୍ସ ଫ୍ରଣ୍ଟର ଏକମାତ୍ର ସାଂସଦ ମଣିପୁରକୁ ନେଇ ବଡ ବୟାନ ଦେଇଛନ୍ତି । ଏନପିଏଫ ସାଂସ ଲୋରହୋ ପଫୋଜ କହିଛନ୍ତି କି ମଣିପୁର ପ୍ରସଙ୍ଗରେ ସଂସଦରେ ମୋତେ କହିବାର ସୂୁଯୋଗ ଦିଆଗଲା ନାହିଁ, ମୁଁ ଯେତେବେଳେ କହିବାକୁ ଚାହିଁଲି ସେତେବେଳେ ମୋତେ ରୋକା ଯାଇଥିଲା । ପଫୋଜ କହିଛନ୍ତି କି ମୁଁ ଯେତେେବେଳ ମଣିପୁର ପ୍ରସଙ୍ଗରେ କହିବାକୁ ଅନୁମତି ମାଗିଲି ସେତେବେଳେ ଉଚ୍ଚ ଅଧିକାରୀ ମୋତେ କହିବାକୁ ଅନୁମତି ଦେଲେ ନାହିଁ । ଆମେ ବିଜେପିର ସହଯୋଗୀ ହେଲେ ମଣିପୁର ଲୋକଙ୍କ ପାଇଁ ଆମକୁ କହିବାକୁ ପଡିବ ।

ଗଣମାଧ୍ୟମ ପଚାରିଥିଲା କି, ଆପଣଙ୍କୁ କିଏ ରୋକିଥିଲା । ଏହାର ଉତରରେ ପଫୋଜ କହିଥିଲେ କି ଆମେ ବିଜେପିର ସହଯୋଗୀ ଦଳ, ତେଣୁ ଆମ ହାତ ବନ୍ଧା ହୋଇଛି ଓ କିଛି ଆଦେଶକୁ ପାଳନ କରିବାକୁ ପଡୁଛି । ବିଜେପି ମଣିପୁରରେ ଅନେକ ଭଲ କାମ କରିଛି । ହେଲେ ଏବେ ଯେଭଳି ଭାବେ ହିଂସା ଲାଗି ରହିଛି ତାହାକୁ ରୋକିବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ସେ କହିଛନ୍ତି ।

ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରି ପଫୋଜ କହିଛନ୍ତି କି, ରାହୁଲ ଗାନ୍ଧୀ ଆମର ରାଜନୈତିକ ବିରୋଧୀ । ହେଲେ ସେ ଯେଭଳି ଭାବେ ମଣିପୁର ପହଂଚି ଲୋକଙ୍କୁ ଭେଟିଲେ ତାହା ମୋତେ ପ୍ରଭାବିତ କରିଛି । ଏବେ ସମୟରେ ରାହୁଲ ଗାନ୍ଧୀଙ୍କର ଆବଶ୍ୟକତା ରହିଛି । ଏହାସହ ପ୍ରଧାନମନ୍ତ୍ରୀ ମଣିପୁର ଯାଇ ହିଂସା ପୀଡିତ ଲୋକଙ୍କୁ ଭେଟନ୍ତୁ ବୋଲି ସେ ଦାବି କରିଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀ ବିରେନ୍ ସିଂଙ୍କୁ ନେଇ ପଫୋଜ କହିଛନ୍ତି କି, ମଣିପୁର ଘଟଣାରେ ବିଜେପି ଯେଭଳି ଭାବେ ସୁରକ୍ଷା ଦେଉଛି ତାହାକୁ ମୁଁ ବିରୋଧ କରୁଛି । ଏହାସହ ସେ କେନ୍ଦ୍ର ମହିଳା ଓ ବାଳବିକାଶ ମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କି ମଣିପୁରରେ ଯେଭଳି ଭାବେ ମହିଳାଙ୍କ ପ୍ରତି ଅତ୍ୟାଚାର କରାଯାଉଛି ତାହାକୁ ନେଇ ମହିଳା ଓ ବାଳବିକାଶ ମନ୍ତ୍ରୀ ଯେଭଳି ଚୁପ୍ ରହିଛନ୍ତି ତାହା ଆମକୁ ଦୁଃଖିତ କରିଛି ।