ବିଦେଶ ଗସ୍ତରେ ଥିବା ଭାରତୀୟଙ୍କ ପାଇଁ ସୁବିଧା: ଆରବିଆଇର ଧାର୍ଯ୍ୟ ଶାଖାରେ ବଦଳ କରିପାରିବେ ଅଚଳ ନୋଟ୍

20

କନକ ବ୍ୟୁରୋ : ବିମୁଦ୍ରାକରଣ ଘୋଷଣା ହେବା ପରେ ଅଚଳ ହୋଇଥିବା ୫ଶହ ଓ ହଜାରେ ଟଙ୍କା ନୋଟ୍ ବଦଳ କରିବାକୁ ଲୋକଙ୍କ ଭିଡ ଜମିଥିଲା । ଏଥିପାଇଁ ଏକାଧିକ ନିୟମ କରିଥିଲେ ସରକାର । ଏବେ ବିଦେଶ ଗସ୍ତରେ ଥିବା ଭାରତୀୟଙ୍କ ପାଇଁ ଏକ ନିୟମ ଘୋଷଣା କରିଛନ୍ତି ସରକାର । ନଭେମ୍ବର ୧୦ରୁ ଡିସେମ୍ବର ୩୦ ମଧ୍ୟରେ ବିଦେଶ ଗସ୍ତରେ ଥିବା ବ୍ୟକ୍ତି ଏହି ନୋଟ୍ ଏବେ ବି ବଦଳାଇ ପାରିବେ ।

ଆରବିଆଇର ଧାର୍ଯ୍ୟ କରିଥିବା ଶାଖାମାନଙ୍କରେ ନୋଟ୍ ବଦଳ କରାଯାଇପାରିବ । ଏହି ନୋଟ୍ ଆଉ ଆକାଉଂଟରେ ଜମା ହୋଇପାରିବ ନାହିଁ । ଅନ୍ୟପଟେ ବଦଳ କରିବା ପାଇଁ ଏକ ଘୋଷଣାପତ୍ର ଦେବାକୁ ପଡିବ । ଏହାସହ ଏହି ଅବଧି ଆଗକୁ ବଢିବାର କୌଣସି ସମ୍ଭାବନା ନାହିଁ ବୋଲି ଆରବିଆଇ ପକ୍ଷରୁ ସୂଚନା ମିଳିଛି ।