ନିଜ ସାଙ୍ଗରେ ଟଏଲେଟ୍ ଧରି ବୁଲନ୍ତି ‘କିମ୍ ଜଙ୍ଗ୍ ଉନ୍’ । ମନରେ ଥାଏ ଏହି ଗୋଟିଏ ଭୟ

211

କନକ ବ୍ୟୁରୋ : ଉତ୍ତରକୋରିଆର ତାନାଶାହା ‘କିମ ଜଙ୍ଗ ଉନ’ଙ୍କ ବିଷୟରେ ତ ସମସ୍ତେ ଅଳ୍ପବହୁତ ଜାଣିଥିବେ । କିମ ଜଙ୍ଗ ତାଙ୍କର କ୍ରୁରତାକୁ ନେଇ ସେ ସାରା ବିଶ୍ୱରେ ପରିଚିତ । କିନ୍ତୁ କିମ ଜଙ୍ଗ ବିଷୟରେ ଏପରି ଏକ ଅଜଣା କଥା ସାମ୍ନାକୁ ଆସିଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । କିମ୍ ଜଙ୍ଗ ଯୁଆଡେବି ଯାଆନ୍ତୁ ତାଙ୍କ ସହ ନେଇଯାଆନ୍ତି ତାଙ୍କର ସୋତନ୍ତ୍ର ଟଏଲେଟ୍ । ଏହା ପଛରେ ଲୁଚିରହିଛି ବଡ କାରଣ ।
ସୂଚନା ଅନୁସାରେ, କିମ୍ ଜଙ୍ଗ ଚାହାଁନ୍ତିନାହିଁ କି ତାଙ୍କର ଶରୀର ସହ ଜଡିତ କୌଣସି ବି ତଥ୍ୟ କାହାରି ହାତରେ ଲାଗିଯାଉ । ତେଣୁ କିମ୍ ଜଙ୍ଗ ଯେଉଁଆଡେ ଗଲେବି ସେ ତାଙ୍କ ଟଏଲେଟକୁ ସାଙ୍ଗରେ ନେଇଯାଆନ୍ତି । ଉତ୍ତରକୋରିଆର ଜଣେ ପୂର୍ବତ୍ତନ କମାଣ୍ଡୋ ଏହି ଘଟଣାର ଖୁଲାସା କରିଛନ୍ତି । ମଣିଷ ମଳରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି କିମ୍ ଜଙ୍ଗ ତାଙ୍କର ସ୍ୱତନ୍ତ୍ର ଟଏଲେଟକୁ ତାଙ୍କ ସାଙ୍ଗରେ ସର୍ବଦା ନେଇଯାଆନ୍ତି । ଏପରିକି ବିଦେଶ ଯାତ୍ରା ସମୟରେ ବି ସେ ତାଙ୍କ ଟଏଲେଟକୁ ସାଙ୍ଗରେ ନେବାକୁ ଭୁଲିନଥାନ୍ତି