ଗର୍ଭବତୀ ମହିଳାଙ୍କ ପାଇଁ କେଉଁ ପ୍ରସୂତୀ ଅଧିକ ଲାଭଦାୟକ ? ନର୍ମାଲ୍ ନା ସିଜରିଆନ୍ ?

1,428

ସମାଜରେ ନାରୀ ଜନ୍ମକୁ ସେତେବେଳେ ସାର୍ଥକ ମନାଯାଏ ଯେତେବେଳେ ସେ ଶାରୀରିକ ପୀଡା ସହି ଶିଶୁକୁ ଜନ୍ମ ଦିଏ । ପ୍ରତ୍ୟେକଟି ନାରୀ ଗର୍ଭବତୀ ଥିବା ସମୟରେ ଚିନ୍ତାରେ ଥାନ୍ତି ଯେ ଆଗତ ଶିଶୁ କିଭଳି ସୁସ୍ଥ ରୁପେ ଦୁନିଆକୁ ଆସିବ । ପ୍ରଥମେ ପ୍ରସବ ପୀଡା ପରେ ନର୍ମାଲ ଡେଳିଭରି କରି ଶିଶୁକୁ ବାହାରକୁ ଅଣାଯାଉଥିଲା । କିନ୍ତୁ ଏବେ ପରିବର୍ତ୍ତନ ସମୟରେ ମହିଳାଙ୍କ ମଧ୍ୟରେ ଯନ୍ତ୍ରଣା ସହ୍ୟ କରିବା ଏବଂ ଶିଶୁ ଜନ୍ମ ଦେବା ସମୟରେ ବହୁ ଅସୁବିଧା ଦେଖାଦେଉଛି । ବେଳେବେଳେ ଜନ୍ମ ଦେବା ସମୟରେ ମା’ ମୃତ୍ୟୁ ଏବଂ ଶିଶୁମୃତ୍ୟୁ ଖବର ମଧ୍ୟ ଶୁଣିବାକୁ ମିଳୁଛି । କିନ୍ତୁ ବର୍ତ୍ତମାନ ଏଭଳି ଆଶଙ୍କାକୁ ଦୂରେଇବା ପାଇଁ ଡାକ୍ତର ସିଜରିୟାନ୍ ଡେଲିଭରିକୁ ବିକଳ୍ପ ରୁପେ ନେଉଛନ୍ତି । ତେବେ ଆସନ୍ତୁ ଜାଣିବା ନର୍ମାଲ୍ ଡେଲିଭରି ଏବଂ ସିଜରିୟାନ୍ ଡେଲିଭରି ଭି୍ତରୁ ମା ଓ ଛୁଆଙ୍କ ପାଇଁ କେଉଁ ବିକଳ୍ପ ସର୍ବୋକୃଷ୍ଟ ।

ନର୍ମାଲ୍ ଡେଲିଭରି ଏବଂ ସିଜରିଆନ୍ ଡେଲିଭରିର ଲାଭ :

୧ . ନର୍ମାଲ୍ ଡେଲିଭରିରେ ଜଣେ ନାରୀ ଅଧିକ ପୀଡା ସହ୍ୟ କରିଥାଏ କିନ୍ତୁ ଡେଲିଭରି ପରେ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ରେକଭରି କରିବା ଆରମ୍ଭ କରିଥାନ୍ତି କିନ୍ତୁ ସିଜରିଆନ୍ ଡେଲିଭରିରେ ରେକଭରି କରିବା ପାଇଁ ଅଧିକ ସମୟ ଲାଗିଥାଏ ।

୨ . ଯଦି ଜଣେ ମହିଳାଙ୍କୁ ନର୍ମାଲ୍ ଡେଲଭରିରେ ଆଶଙ୍କା ଉପୁଜେ ଯେ ଏହି ବିକଳ୍ପ ଆପଣାଇବାରେ ଶିଶୁ ବାହାରିବା କଷ୍ଟସାଧ୍ୟ ହେବ ତେବେ ସିଜରିଆନ୍ ଡେଲିଭରି ଏଥିପାଇଁ ସର୍ବୋକୃଷ୍ଟ ରହିବ ।

୧ . ନର୍ମାଲ୍ ଡେଲିଭରି ସମୟରେ ଜଣେ ମହିଳାଙ୍କ ଯନ୍ତ୍ରଣା କେବଳ ଜଣେ ମହିଳା ହିଁ ଜାଣିପାରିବେ । ଛୁଆ ବାହାରିବା ସମୟରେ ଯୌନିର ଚାରିପାଖେ ଥିବା ମାଂସପେଶୀ,ଅନ୍ତ ଇତ୍ୟାଦି ପୀଡାର ଚରମ ସୀମାରେ ଥାଏ । ଏମିତି ବି ହୁଏ ଯେ ଚର୍ମ ଫାଟି ଯାଏ । ଏହି ସମସ୍ୟା କିଛି ବର୍ଷ ପାଇଁ ଲାଗିରହେ । କାଶିବା,ଛିଙ୍କିବା,ହସିବା ସମୟରେ ଏସବୁ ସ୍ଥାନ ପୂର୍ବ ଭଳି ଖୁବ୍ ଯନ୍ତଣାଦାୟକ ହୋଇଥାଏ ।

୨ . ସିଜରିଆନ୍ ଡେଲିଭରିରେ ଅପରେସନ୍ ହୋଇ ଛୁଆ ବାହାରିଥିବାରୁ ମା’ ଦୁଇରୁ ଚାରି ଦିନ ପର‌୍ୟ୍ୟନ୍ତ ଡାକ୍ତରଖାନାରେ ରହିଥାଏ । ନର୍ମାଲ୍ ରେ ଯେଉଁଠି କମ୍ ସମୟରେ ରେକଭରି ହୋଇଯାଏ ସିଜରିଆନ୍ ରେ ଏହି ପୀଡା ଅଧିକ ସମୟ ପର‌୍ୟ୍ୟନ୍ତ ସ୍ଥାୟୀ ରହିଥାଏ । ଅପରେସନ୍ ହୋଇଥିବା ସ୍ଥାନ ଶୀତଦିନେ ଦେହରେ ବରଫ ଘସିବା ଭଳି ଲାଗିଥାଏ । ଏଥିରେ ରକ୍ତହୀନତା ତଥା ସଂକ୍ରମଣର ମାତ୍ରା ମଧ୍ୟ ବଢିଯାଇଥାଏ ।

ନର୍ମାଲ୍ ଡେଲିଭରି ଏବଂ ସିଜରିଆନ୍ ଡେଲିଭରି ଛୁଆ ପାଇଁ କେତେ ଲାଭଦାୟକ ?

୧ . ସିଜରିଆନ୍ ଡେଲିଭରି ତୁଳନାରେ ନର୍ମାଲ୍ ଡେଲିଭରି ବହୁତ ଭଲ । କାରଣ ଏଥିରେ ଛୁଆକୁ ଶୀଘ୍ର୍ର ଖାଦ୍ୟ ମିଳିଥାଏ । ସିଜରିଆନ୍ ମା’କ୍ଷୀର ଛୁଆକୁ ମିଳିବା କିଛି ସମୟ ପାଇଁ କଷ୍ଟକର ହୋଇପଡେ ।

୨ . ନର୍ମାଲ୍ ଡେଲିଭରିରେ ଜନ୍ମ ନେଇଥିବା ଶିଶୁକୁ ଅଧିକ ରୋଗରୁ ଖୁବଶୀଘ୍ର ପ୍ରତିରୋଧ କଲାଭଳି ସୁବିଧା ରହିଥାଏ । କିନ୍ତୁ ଯଦି ମା’ର ସୀର ଶିଶୁ ଦେହରେ ଗୁଡେଇ ଯାଏ ତେବେ ଏଥିପ୍ରତି ଶିଶୁର ମୃତ୍ୟୁ ଆଶଙ୍କା ବି ବଢିଯାଏ ।

୩ . ସିଜରିଆନ୍ ଡେଲିଭରି ଛୁଆଙ୍କୁ ଶ୍ୱାସ ସମସ୍ୟା ଦେଖାଯାଏ । ଜନ୍ମର କିଛି ଦିନ ପର‌୍ୟ୍ୟନ୍ତ ବାପା ମା’ଙ୍କୁ ଶିଶୁର ସ୍ୱାସ୍ଥ୍ୟ ପାଇଁ ନାହିନଥିବା ଅସୁବିଧା ଭୋଗିବାକୁ ପଡେ । ଏଭଳି ଛୁଆଙ୍କୁ ମୋଟାପଣର ମଧ୍ୟ ଅସୁବିଧା ଭୋଗିବାକୁ ପଡିଥାଏ ।