ଆମେରିକାରେ ମୋଦିଙ୍କ ନାରା ‘ଅବକି ବାର ଟ୍ରମ୍ପ ସରକାର’କୁ ନେଇ ବିଦେଶ ମନ୍ତ୍ରୀଙ୍କ ସ୍ପଷ୍ଟିକରଣ: କହିଲେ, ଟ୍ରମ୍ପଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିନାହାନ୍ତି ପ୍ରଧାନମନ୍ତ୍ରୀ

533

କନକ ବ୍ୟୁରୋ: ଆମେରିକାରେ ମୋଦିଙ୍କ ‘ଅବକି ବାର ଟ୍ରମ୍ପ ସରକାର’ ନାରା ନେଇ ବିରୋଧୀ ସରକାରଙ୍କୁ ଘେରିବା ପରେ ସଫେଇ ରଖିଛନ୍ତି  ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ସେ କହିଛନ୍ତି, ଟ୍ରମ୍ପଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିନାହାନ୍ତି ନରେନ୍ଦ୍ର ମୋଦି । ଏହାର ଭୁଲ ଅର୍ଥ ବାହାର କରାଯିବ ଠିକ୍ ନୁହେଁ । ଟ୍ରମ୍ପ କହିଥିବା ନାରାକୁ ମୋଦି ଦୋହରାଇଥିଲେ । ଡୋନାଲ୍ଡ ଟ୍ରମ୍ପ ନିଜର ନିର୍ବାଚନ ପ୍ରଚାର ବେଳେ  ପ୍ରବାସୀ ଭାରତୀୟଙ୍କ ସମର୍ଥନ ହାସଲ ପାଇଁ ଏଭଳି ନାରା ଦେଇଥିଲେ ।

ସେପଟେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ।  ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ଦ୍ୱାରା ମୋଦିଙ୍କ ଅବକି ବାର ଟ୍ରମ୍ପ ୍ ସରକାର ନାରା ଉପରେ ସଫେଇ ଦିଆଯିବା ପରେ ଟୁଇଟ କରିଛନ୍ତି ରାହୁଲ  । ସେ ଲେଖିଛନ୍ତି ଆପଣ ଏ ଦିଗରେ କାମ କରୁଥାନ୍ତୁ କିନ୍ତୁ ମୋଦିଙ୍କୁ କୂଟନୀତି ଉପରେ ଅଳ୍ପବହୁତ ଶିଖାନ୍ତୁ । ଏ

ହାସହ ମୋଦିଙ୍କ ଅକ୍ଷମତାକୁ ଜୟଶଙ୍କର ସଫେଇ ମାଧ୍ୟମରେ ଲୁଚାଇଥିବାରୁ ସେ ଏହାକୁ ସମାଲୋଚନା କରିଛନ୍ତି । ଟେକ୍ସାସରେ ହାଓଡି ମୋଦି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଓ ଟ୍ରମ୍ପ ଏହାସଙ୍ଗେ ଗୋଟିଏ ମଂଚରେ ନଜର ଆସିଥିଲେ । ଏହି ଅବସରରେ ମୋଦି କହିଥିଲେ ଅବ୍ କି ବାର ଟ୍ରମ୍ପ ସରକାର । ଯାହାକୁ ନେଇ ବିରୋଧୀ ଘେରିବା ପରେ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ସଫେଇ ରଖିଥିଲେ ।