ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଯୁକ୍ତ ତିନି ଓଡିଆ ଅନର୍ସ ପିଲାଙ୍କୁ ଦେବାକୁ ପଡିବନି କୌଣସି ଫି’

207

କନକ ବ୍ୟୁରୋ: ଇଂରାଜୀ ଭାଷା ପ୍ରତି ଆମ ଭିତରେ ଦୁର୍ବଳତା ବଢ଼ି ବଢ଼ି ଚାଲିଥିବାବେଳେ, ଓଡିଆ ଭାଷା ପ୍ରତି ଆଗ୍ରହ କମି କମି ଯାଉଛି । ଆଉ ଏବେ ଓଡିଆ ଭାଷା ପ୍ରତି ଆଗ୍ରହ ବଢ଼ାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ନିଷ୍ପତ୍ତି ଅନୁସାରେ ଏଣିକି ଯୁକ୍ତ ତିନି ଓଡିଆ ଅନର୍ସ ପିଲାଙ୍କୁ ଦେବାକୁ ପଡିବ ନାହିଁ କୌଣସି ଫି । କେବଳ ହଷ୍ଟେଲ ଫି ଦେଇ ସେମାନେ ପାଠ ପଢିପାରିବେ । ଏ ନେଇ ରାଜ୍ୟର ସମସ୍ତ ସରକାରୀ ଡିଗ୍ରୀ ଏବଂ ସ୍ୱଂୟଶାସିତ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ ।

  • ଉଚ୍ଚଶିକ୍ଷା ବିଭାଗର ଓଡିଆ ଭାଷାକୁ ଗୁରୁତ୍ୱ
  • ଓଡିଆ ଅନର୍ସ ପଢିଲେ ଦେବାକୁ ପଡିବନି ଫି

ଓଡିଆ ଭାଷା ପ୍ରତି ଆଗ୍ରହ ଓ ସମ୍ମାନ ବଢାଇବା ଲାଗି ଉଚ୍ଚଶିକ୍ଷା ବିଭାଗ ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏଣିକି ଯୁକ୍ତ ତିନି ଓଡିଆ ଅନର୍ସ ପିଲାଙ୍କୁ ଦେବାକୁ ପଡିବ ନାହିଁ କୌଣସି ଫି । କେବଳ ହଷ୍ଟେଲ ଫି ଦେଇ ସେମାନେ ପାଠ ପଢିପାରିବେ । ଏ ନେଇ ରାଜ୍ୟର ସମସ୍ତ ସରକାରୀ ଡିଗ୍ରୀ ଏବଂ ସ୍ୱଂୟଶାସିତ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ । ପୂର୍ବରୁ ପ୍ରଥମ ବର୍ଷ ଆଡମିଶନ ବାବଦରେ ଛାତ୍ରଛାତ୍ରୀଙ୍କୁ ୩ ହଜାରରୁ ୪ ହଜାର ଟଙ୍କା ଦେବାକୁ ପଡୁଥିଲା । ପରବର୍ତ୍ତୀ ଦୁଇବର୍ଷ ଲାଗି ରି-ଆଡମିଶନ ପାଇଁ ୨ ହଜାରରୁ ୩ ହଜାର ଟଙ୍କା ଲେଖାଁଏ ଦେଉଥିଲେ ଛାତ୍ରଛାତ୍ରୀ । ଏବେ ଓଡିଆ ଅନର୍ସ ନେଇ ପାଠ ପଢିଲେ କୌଣସି ଦେୟ ଦେବାକୁ ପଡିବ ନାହିଁ ।

  • ଓଡିଆ ଭାଷା ପ୍ରତି କମୁଛି ଆଗ୍ରହ
  • ଅଧ୍ୟାପକ ନାହାନ୍ତି କି ନିଯୁକ୍ତି ନାହିଁ

ଓଡିଆ ଭାଷା ବେଶ ପୁରୁଣା ଭାଷା ଓ ଅନ୍ୟ ଭାଷାଠାରୁ ମାଧୁର୍ଯ୍ୟପୂର୍ଣ୍ଣ । କିନ୍ତୁ ଗତ କିଛି ଦିନ ମଧ୍ୟରେ ଓଡିଆ ଭାଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ କମିଯାଉଛି । ଏହାର କାରଣ ହେଉଛି…

  • ଶିକ୍ଷାନୁଷ୍ଠାନରେ ଓଡିଆ ଭାଷାକୁ ପ୍ରୋତ୍ସାହନ ଦିଆଯାଉନାହିଁ
  • କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକରେ ଅଧ୍ୟାପକ ପଦ ଖାଲିପଡିଛି
  • ବିଜ୍ଞାନ ଓ ଇଂରାଜୀ ଅଧ୍ୟାପକ ସାହିତ୍ୟ ପଢାଉଛନ୍ତି
  • ପିଲା ଓଡିଆ ପାଠ ପଢିବା ପରେ ନିଯୁକ୍ତି ସୁଯୋଗ ଆଦୌ ନାହିଁ
  • ଇଂରାଜୀ ପ୍ରତି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢୁଛି

ରାଜ୍ୟର ଶିକ୍ଷାନୁଷ୍ଠାନଗୁଡିକରେ ଓଡିଆ ଭାଷା ଅବହେଳିତ ହେଉଥିବା ବାରମ୍ବାର ଦେଖିବାକୁ ମିଳିଛି । ଏଭଳି ସ୍ଥଳେ ଫି ଛାଡିଦେଲେ ଓଡିଆ ଭାଷା ପ୍ରତି ଆଗ୍ରହ ଓ ସମ୍ମାନ ଯେ ବଢିବ, ସେ ନେଇ ମଧ୍ୟ ସନ୍ଦେହ ରହିଛି ।