ମେଣ୍ଢା ମଡକ ଆତଙ୍କରେ ଆତଙ୍କିତ ନିଆଳି ! ଅନ୍ଧାର ରାତିରେ ଅପରେସନ, ନାକେଦମ ପ୍ରଶାସନ

61

କନକ ବ୍ୟୁରୋ : ମେଣ୍ଢା ମଡକ ଆତଙ୍କରେ ଆତଙ୍କିତ ନିଆଳି । ସରକାର କହୁଛନ୍ତି ରାମଶିଆଳ ମାରୁଛି ମେଣ୍ଢା । ଆଉ ଜଙ୍ଗଲୀ ଜନ୍ତୁକୁ ଧରିବାକୁ ପୋଲିସ ପ୍ରଶାସନ ଓ ବନ ବିଭାଗ ପୁରା ତୟାର । ହେଲେ ଗତକାଲି ରାତି ତମାମ ନିଆଳିରେ ନାଇଟ ଅପରେସନ କଲାପରେ ପୋଲିସ ପ୍ରାଶାସନ ଓ ବନ ବିଭାଗର ଅସହାୟତା ବାରି ହୋଇପଡୁଥିଲା ।

ବନବିଭାଗ, ପୋଲିସ ଓ ସ୍ଥାନୀୟ ବାସିନ୍ଦା ସମସ୍ତେ ଏକଜୁଟ୍ । କିନ୍ତୁ ଏସବୁ ଭିତରେ ଜଙ୍ଗଲୀ ଜନ୍ତୁଙ୍କୁ ଧରିବାକୁ କେତେ ପ୍ରସ୍ତୁତ ପ୍ରଶାସନ, ତାହା ଜଳ ଜଳ ହୋଇ ଦେଖାଯାଉଥିଲା । ଜଙ୍ଗଲୀ ଜୀବକୁ ଠାବ କରିବାକୁ ଅଂଟା ଭିଡିଥିବା ବନ ବିଭାଗ ପାଖରେ ନଥିଲା କୌଣସି ଅତ୍ୟାଧୁନିକ ସରଂଜାମ । କିଛି ଟର୍ଚ୍ଚ ଲାଇଟ ବଳରେ କେବଳ ବନ୍ୟ ଜନ୍ତୁଙ୍କୁ ଚିହ୍ନଟ କରିବା ପାଇଁ ଚେଷ୍ଟା କରାଯାଉଥିଲା ।

ନାଁ ଜନ୍ତା ବସିଥିଲା ନାଁ ଥିଲା ଅତ୍ୟାଧୁନିକ ଜାଲ । କେବଳ ଟର୍ଚ୍ଚ ଆଲୁଅ ହିଁ ଭରସା । ଏସବୁ ଭିତରେ ସିସିଟିଭି ଲାଗିବା ନିଷ୍ପତି ଉପରେ ଚୁପ ବସିଛି ପ୍ରଶାସନ । ଏମିତିକି ହେଟାବାଘକୁ ଠାବ କରିବା ଭିତରେ ବି ସ୍ପଷ୍ଟ ବାରିହୋଇପଡୁଥିଲା ବନବିଭାଗର ଅସହାୟତା । କେବଳ ଜଣେ ଫରେଷ୍ଟର ଓ କିଛି ସ୍ଥାନୀୟ ଯୁବକଙ୍କ ସହାୟତାରେ ଚାଲିଥିଲା ପୁରା ଅପରେସନ ।

କେବଳ ବନବିଭାଗ ନୁହେଁ ଜଙ୍ଗଲୀ ଜନ୍ତୁକୁ କାବୁ କରିବାରେ ପୋଲିସର ବି ଅସହାୟତା ବାରି ହୋଇପଡୁଥିଲା ।ରାତି ତମାମ ପୋଳିସ କର୍ମଚାରୀ ପାଟ୍ରୋଲିଂ କରୁଥିଲେ । କିନ୍ତୁ ଜଙ୍ଗଲୀ ଜନ୍ତୁକୁ ଟ୍ରାକ କରିବା ପାଇଁ ତାଙ୍କ ପାଖରେ କୌଣସି ଉପକରଣ ନ ଥିଲା । ଏମିତିକି ହାଇ ପାୱାର ଟର୍ଚ୍ଚ ନଥିବାରୁ ଜଙ୍ଗଲ ମଧ୍ୟକୁ ପ୍ରବେଶ କରିବାବୁ ମୁସ୍କିଲ ହୋଇଯାଇଥିଲା ।