ଆସାମର ନୟନଜ୍ୟୋତି ସୈକିୟା ହେଲେ ‘ମାଷ୍ଟରଶେଫ୍ ଇଣ୍ଡିଆ’ର ବିଜେତା, ଟ୍ରଫି ସହ ମିଳିଲା ୨୫ ଲକ୍ଷ

115

କନକ ବ୍ୟୁରୋ: ସବୁଠୁ ବଡ ଓ ଲୋକପ୍ରିୟ କୁକିଙ୍ଗ ରିୟାଲିଟି ଶୋ’ ‘ମାଷ୍ଟରଶେଫ୍ ଇଣ୍ଡିଆ-୭’କୁ ମିଳଯାଇଛିି ବିଜେତା । ଚଳିତ ସିଜିନର ମାଷ୍ଟରଶେଫର ବିଜେତା ହୋଇଛନ୍ତି ଆସାମରନୟନଜ୍ୟୋତି ସୈକିୟା । ନୟନଜ୍ୟୋତି ଶୋ’ରେ ନିଜର ଦମଦାର କୁକିଙ୍ଗ ଦକ୍ଷତା ସହ ନିଜର ନିଷ୍ଠାକୁ ପ୍ରମାଣିତ କରିପାରିଛନ୍ତି । ସପ୍ତାହେ ଧରି ଅନେକ ଚ୍ୟାଲେଞ୍ଜକୁ ସାମନା କରି ସେ ଆଜି ଏହି ପଦ ପାଇଁ ବିବେଚିତ ହୋଇପାରିଛନ୍ତି ।

‘ମାଷ୍ଟରଶେଫ୍ ଇଣ୍ଡିଆ ଶୋ’ରେ ମୋଟ ୩୬ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ୧୬ଜଣଙ୍କୁ ବଛାଯାଇଥିଲା । ୧୬ ଜଣଙ୍କ ମଧ୍ୟରୁ ପୁଣି ୭ ଟପ୍ କଣ୍ଟେଷ୍ଟାଣ୍ଟଙ୍କୁ ଚୟନ କରାଗଲା । ସେମାନଙ୍କ ମଧ୍ୟରେ ସବୁଠୁ ଆଗରେ ରହି ମାଷ୍ଟରଶେଫ୍ ଇଣ୍ଡିର ବିଜେତା ହୋଇପାରିଛନ୍ତି । ଏହି କୁକିଙ୍ଗ ରିଆଲିଟି ଶୋ’ରେ ନୟନଜ୍ୟୋତିଙ୍କୁ ଚମକୁଥିବା ଟ୍ରଫି ମିଳିବା ସହ ୨୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ମିଳିଛି । ଶୋ’ର ପ୍ରଥମ ରନର୍ସଅପ୍ ଆସାମର ସନ୍ତାସ ରମାହ ପ୍ରଥମ ରନର୍ସଅପ୍ ହୋଇଥିବାବେଳେ ମୁମ୍ବାଇର ସୁବର୍ଣ୍ଣା ବାଗୁଲ ଦ୍ୱିତୀୟ ରନର୍ସଅପ୍ ହୋଇଛନ୍ତି । ଏହି ଦୁଇ ରନର୍ସଅପ୍ଙ୍କୁ ୫ ଲକ୍ଷ ଲେଖାଏଁ ପୁରସ୍କାର ମିଳିଛି ।