ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ : ଗରିବୀ ହ୍ରାସ କ୍ଷେତ୍ରରେ ଦେଶର ଆଗୁଆ ରାଜ୍ୟ ଓଡିଶା

56

କନକ ବ୍ୟୁରୋ : ଆଜି ସାରା ଦେଶ ପାଳୁଛି ୬୯ତମ ସାଧାରଣତନ୍ତ୍ର ଦିବସ । ଏଥିନେଇ ଉତ୍ସବମୁଖର ସାରା ରାଜ୍ୟ । ଏହି ଅବସରରେ କଟକର ବାରବାଟୀ ଷ୍ଟାଡିୟମରେ ପତ୍ତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି । ସାଧାରଣତନ୍ତ୍ର ଅବସରରେ ରାଜ୍ୟବାସୀଙ୍କୁ ନିଜର ଅଭିଭାଷଣରେ ଅଭିନନ୍ଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି , ଓଡିଶା ବିକାଶ କ୍ଷେତ୍ରରେ ଅନ୍ୟ ରାଜ୍ୟ ସହ ସମକକ୍ଷ । ମହିଳାଙ୍କ ବିକାଶ ପାଇଁ ସରକାର କାମ କରୁଛନ୍ତି । ଓଡିଶାର ଅଭିବୃଦ୍ଧି ହାର୍ ଦେଶର ଅଭିବୃ୍ଦ୍ଧି ହାର ଠାରୁ ଅଧିକ । ଗରିବୀ ହ୍ରାସ କ୍ଷେତ୍ରରେ ଦେଶର ଆଗୁଆ ରାଜ୍ୟ ଓଡିଶା । ରାଜ୍ୟ ସରକାର ରାଜ୍ୟର ବିକାଶ ପାଇଁ ସର୍ବଦା ଯତ୍ନବାନ ଅଛନ୍ତି