ତିତଲି କ୍ଷୟକ୍ଷତି ନେଇ ଜିଲ୍ଲାପାଳଙ୍କ ରିପୋର୍ଟକୁ ଅପେକ୍ଷା : ମୁଖ୍ୟମନ୍ତ୍ରୀ କହିଲେ, ରିପୋର୍ଟ ଆସିବା ପରେ କେନ୍ଦ୍ର ନିକଟରେ ଉପସ୍ଥାପନ କରାଯିବ ଦାବି

27

କନକ ବ୍ୟୁରୋ : ରାଜ୍ୟରେ ବନ୍ୟାରେ ପ୍ରଭାବତି ହୋଇଥିବା ଜିଲ୍ଲାଗୁଡିକର କ୍ଷୟକ୍ଷତି ରିପୋର୍ଟ ମଗାଯାଇଛି । ଗଞ୍ଜାମ, ଗଜପତି ସମେତ ରାୟଗଡା ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ଏହି ରିପୋର୍ଟ ମିଳିବା ଆଶା କରାଯାଉଛି । ଏହାକୁ ଆକଳନ କରିବା ପରେ କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରାଯିବ । ଆଜି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶେଷକରି ଗଜପତି, ଗଞ୍ଜାମ ଓ ରାୟଗଡାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ତେଣୁ ଏହି ଜିଲ୍ଲାର ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି । ତିତଲି ପ୍ରଭାବରେ ଗଜପତି ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିଲା ।

ସେପଟେ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡିକରେ ପରିସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରୁଛି । ଗଞ୍ଜାମ, ଗଜପତି ଓ ରାୟଗଡାରେ ସ୍ଥିତି ସାମାନ୍ୟ ହେଉଛି । ଋଷିକୂଲ୍ୟା ସମେତ ବିଭିନ୍ନ ନଦୀର ଜଳସ୍ତର ବିପଦସଙ୍କେତର ବହୁ ତଳେ ପ୍ରବାହିତ ହେଉଛି । କେବଳ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି । ତିତଲିରେ ପ୍ରଭାବିତ ହୋଇଥିବା ଆସ୍କା ଅଂଚଳରେ ବିଦ୍ୟୁତ ସେବା, ଜଳ ଯେଗାଣ ୯୦ ପ୍ରତିଶତ ସୁଧୁରିପାରିଛି । ଗୁଣୁୁପୁର ଓ ଗଜପତିରେ ଅଧିକାଂଶ କାମ ସରିଛି । ରାୟଗଡାରେ ୩ ଟି ଓଡ୍ରାଫ ଟିମ କାମ କରୁଛନ୍ତି । ଗଜପତି ଘଟଣାରେ ୧୫ ଜଣଙ୍କ ଅନୁଧ୍ୟାନ ରିପୋର୍ଟ ଆସିଛି ଓ ନିଖୋଜ ଘଟଣାର ଅନୁଧ୍ୟାନ ଚାଲିଛି ବୋଲି କହିଛନ୍ତି ଏସଆରସି ।