ସମୟ ପୂର୍ବରୁ ପହଂଚିବା ମୋର ପିଲାବେଳୁ ଅଭ୍ୟାସ ! ପଢନ୍ତୁ କାହାକୁ ଏବଂ କାହିଁକି ଏପରି କହିଲେ ମୋଦି

39

ନିଜ ନିଆରା ଅନ୍ଦାଜ୍ ଏବଂ ବାକ୍ ଚାତୁରୀ ପାଇଁ ବେଶ୍ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିକଟରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ମୋଦିଙ୍କର ଏହି ଅନ୍ଦାଜ୍ ଦେଖିବାକୁ ମିଳିଥିଲା । ପ୍ରକୃତରେ ମୋଦି ଭୋଟିଂ ଆରମ୍ଭ ହେବାର ୩/୪ ମିନିଟ୍ ପୂର୍ବରୁ ପହଂଚି ଯାଇଥିଲେ । ଯାହା ଦେଖି ଦାୟିତ୍ୱରେ ଥିବା କର୍ମଚାରୀ ହଡବଡେଇ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ମୋଦିଙ୍କୁ କହିଥିଲେ , ସାର୍ ଏବେ ଭୋଟିଂ ଆରମ୍ଭ ହେବାକୁ ୩/୪ ମିନିଟ୍ ବାକି ଅଛି ।

କର୍ମଚାରୀଙ୍କର ଏହି କଥା ଶୁଣି ହସି ଦେଇଥିଲେ ମୋଦି । ଆଉ କହିଥିଲେ, ସମୟ ପୂର୍ବରୁ ପହଂଚିବା ମୋର ପିଲାବେଳୁ ଅଭ୍ୟାସ । ମୁଁ ସ୍କୁଲ୍ ବି ୩/୪ ମିନିଟ୍ ପୂର୍ବରୁ ପହଂଚିଯାଉଥିଲି । ଏହା ପରେ କିଛି ସମୟ ବାହାରେ ଅପେକ୍ଷା କରିଥିଲେ ମୋଦି । ଏବଂ ସମୟ ହେବା ପରେ ନିଜ ଲୋକସଭା ଆଇଡି କାର୍ଡ ଦେଖାଇବା ସହ ଭୋଟ୍ ଦେଇଥିଲେ ।