ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଷ୍ଣୁଙ୍କ ଅବତାର ! ଏ କ’ଣ କହିଗଲେ ବିଜେପି ମୁଖପାତ୍ର . . . .
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବାନ ବିଷ୍ଣୁଙ୍କର ଅବତାର । ଏକଥା ଆମେ କହୁନୁ ଏକଥା କହିଛନ୍ତି ଭାରତୀୟ ଜନତା ପାର୍ଟିର ଜଣେ ନେତା । ମହାରାଷ୍ଟ୍ରର ବିଜେପି ମୁଖପାତ୍ର ଅବଧୂତ ବାଘ ମୋଦି ଭଗବାନ ବିଷ୍ଣୁଙ୍କର ଏଗାରତମ ଅବତାର ବୋଲି କହି ଏବେ ବିବାଦରେ ଫସିଯାଇଛନ୍ତି । ତେବେ ବିଜେପି ମୁଖପାତ୍ରଙ୍କ ଏପରି ଟିପ୍ପଣୀର ବିରୋଧୀ ଖୁବ୍ ମଜାକ୍ ଉଡ଼ାଇଛନ୍ତି । ଏହା ଦେବତାଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ବୋଲି କହିଛି କଂଗ୍ରେସ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ବିଜେପି ମୁଖପାତ୍ର ଅବଧୂତ ବାଘ ଟ୍ୱଟି ଜରିଆରେ କହିଥିଲେ ସମ୍ମାନନୀୟ ପ୍ରଧାନମନ୍ତ୍ରୀ ମୋଦି ଭଗବାନ ବିଷ୍ଣୁଙ୍କର ଏଗାତରମ ଅବତାର । ଏକ ମରାଠୀ ଚ୍ୟାନେଲରେ କତାବାର୍ତ୍ତା ସମୟରେ ସେ କହିଥିଲେ ଆମ ଦେଶ ଭାରତ ବର୍ଷର ସୌଭାଗ୍ୟ ଯେ ଆମକୁ ଭଗବାନଙ୍କ ପରି ଜଣେ ନେତା ମିଳିଛିନ୍ତି । ତେବେ ଅବଧୂତଙ୍କୁ ଟାର୍ଗେଟ କରି ପ୍ରଦେଶ କଂଗ୍ରେସ ମୁଖ୍ୟପାତ୍ର କହିଛନ୍ତି ଏହା ଦେବତାଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ । ଏହାସହ ସେ କହିଛନ୍ତି ଏହି ଟିପ୍ପଣୀକୁ ଅଧିକ ଗୁରୁତ୍ୱ ଦେବାର କୌଣସି ଆବଶ୍ୟକତା ନାହିଁ । ତେବେ ଏପରି ଟିପ୍ପଣୀ ଭାରତୀୟ ଜନତା ପାର୍ଟି ପାଇଁ ସଂସ୍କୃତିର ନିମ୍ନତମ ଝଲକ ଅଟେ ।
भारताचे पंतप्रधान परम आदरणीय श्री नरेंद्र मोदी जी हे श्री विष्णु चे अकरावे अवतार आहेत
— Avadhut Wagh (@Avadhutwaghbjp) October 12, 2018