ଆଜି ନବାଙ୍କ ବେଶରେ ଦର୍ଶନ ଦେବେ ଶ୍ରୀଜିଉ : ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି

88

କନକ ବ୍ୟୁରୋ : ଆଜି ନବାଙ୍କ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଏଥିପାଇଁ ବଡ଼ ଓଡ଼ିଆ ମଠ ପକ୍ଷରୁ ହୋଇଥାଏ ସ୍ୱତନ୍ତ୍ର ପ୍ରସ୍ତୁତି । ଏହି ବେଶରେ ଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ୧୬ ହାତ ଲମ୍ବର ଫୁଲମାଳ ପ୍ରସ୍ତୁତି କରାଯାଉଛି । ସେହିପରି ଦେବୀ ସୁଭଦ୍ରାଙ୍କ ପାଇଁ ୧୨ ହାତ ଲମ୍ବର ଫୁଲମାଳ ପ୍ରସ୍ତୁତି ହେଉଛି । ବଡ଼ ଠାକୁରଙ୍କ ପାଇଁ ୧୪ ହାତର ଫୁଲମାଳ ପ୍ରସ୍ତୁତି କରାଯାଉଛି ।

ସେହିପରି ୪ହାତର ଫୁଲମାଳ ପିନ୍ଧିବେ ଶୁଦର୍ଶନ । ବଡ଼ ସିଂହାର ବେଶ ସମୟରେ ନବାଙ୍କ ବେଶ ଧାରଣ କରିବେ ଶ୍ରୀଜିଉ । ଆସନ୍ତାକାଲି ମଙ୍ଗଳ ଆଳତୀ ପର୍ଯ୍ୟନ୍ତ ଏହି ବେଶରେ ସୁସଜ୍ଜିତ ହୋଇ ରହିବେ ମହାପ୍ରଭୁ । ସେପଟେ ଆସନ୍ତାକାଲି ମକର ସଂକ୍ରାନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ମକର ଚାଉଳ ପ୍ରସାଦ ଲାଗି ହେବାର ପରମ୍ପରା ରହିଛି । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜାରି ରହିଛି ।