ବାତ୍ୟା ମଧ୍ୟରେ ସମୁଦ୍ର ଭିତରେ କେଉଁଠୁ ଆସିଲା ସୁନେଲୀ ରଥ ? ଆନ୍ଧ୍ରର ଶ୍ରୀକାକୁଲ୍ଲମ ପ୍ରଶାସନ କରୁଛି ଅନୁଧ୍ୟାନ

803

କନକ ବ୍ୟୁରୋ : ବାତ୍ୟାବେଳେ ସମୁଦ୍ର ଭିତରେ କେଉଁଠୁ ଆସିଲା ସୁନେଲୀ ରଥ, ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏ ନେଇ ଆନ୍ଧ୍ରର ଶ୍ରୀକାକୁଲମ ପ୍ରଶାସନ ଅନୁସନ୍ଧାନ କରୁଛି । ସୁନେଲୀ ରଥରେ ମାଲେସିଆ ଭାଷାରେ ଲେଖାଅଛି । ବାତ୍ୟା ଅସାନି ପ୍ରଭାବରେ ଭୟଙ୍କର ସାମୁଦ୍ରିକ ଜୁଆରରେ ଏକ ବିଦେଶୀ ରଥ ଭାସି ଆସି ପଡୋଶୀ ଆନ୍ଧ୍ରପ୍ରଦେଶରେ ଶ୍ରୀକାକୁଲ୍ଲମ ଜିଲ୍ଲା ସୁନାପଲ୍ଲୀ ସମୁଦ୍ରକୂଳରେ ଲାଗିଥିଲା । ସୁନା ପ୍ରଲେପ ଦିଆ ଏହି ରଥକୁ ଦେଖିବାକୁ ସମୁଦ୍ର ବେଳାଭୂମି ଲୋକାରଣ୍ୟ ହୋଇପଡିଥିଲା ।

ସମଦ୍ରରେ ସୁନେଲୀ ରଥଟି ଭାସମାନ ଅବସ୍ଥାରେ ରହିଥିଲା । କୂଳରେ ଲାଗିବା ପରେ ସ୍ଥାନୀୟ ସାମୁଦ୍ରିକ ଥାନା ପୁଲିସ ନିଜ ଅକ୍ତିଆରକୁ ନେଇ ତଦନ୍ତ ଆରମ୍ଭ କରିଛି । ରଥରେ କେବଳ ତାରିଖ ଓ ବର୍ଷ ଇଂରାଜୀରେ ଲେଖା ହୋଇଛି । ଆଉ କିଛି ଲେଖା ବି ଅନ୍ୟ ଭାଷାରେ ଲେଖାହୋଇଛି । ପ୍ରାୟ ୧୦ ଫୁଟ ଉଚ୍ଚର ସୁନେଲୀ ରଥ ସମୁଦ୍ର ଭିତରକୁ କେଉଁଠୁ ଓ କେମିତି ଆସିଲା ତାହାର ତଦନ୍ତ ଆରମ୍ଭ ହୋଇଛି । ଏକ ପୂଜା ମଣ୍ଡପକୁ ରଥ ଆକୃତିର ନିର୍ମାଣ କରାଯାଇଛି । ଏହାର ତଳ ଅଂଶ କାଠରେ ନିର୍ମାଣ ହୋଇଥିବାବେଳେ ଭାସିବା ପାଇଁ ୧୨ଟି ପାଣି ପ୍ଲାଷ୍ଟିକ ଡ୍ରମ ଓ ଆକୃତି ଲୁହାରେ ନିର୍ମାଣ କରାଯାଇ ସୁନା ପ୍ରଲେପ ଦିଆଯାଇଛି ।