ଆତଙ୍କବାଦଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ ! ସେନାଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ

23

କନକ ବ୍ୟୁରୋ: ଜାମ୍ମୁ-କାଶ୍ମୀରର ବାରମୁଲ୍ଲାର ରାମପୁର ସେକ୍ଟରର ସୀମାରେ ଆତଙ୍କବାଦଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି । ସେନାର କାର୍ଯ୍ୟାନୁଷ୍ଠାନରେ ୪ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ସେପଟେ ପୁଲବାମାର ତ୍ରାଲ ଅଂଚଳରେ ସେନାର ପାଟ୍ରୋଲିଂ ଟିମ ଉପରେ ଆତଙ୍କବାଦୀମାନେ ଗତକାଲି ରାତିରେ ଅଚାନକ ଆକ୍ରମଣ କରିଛନ୍ତି । ଏଥିରେ କିହେ ହତାହତ ହୋଇନାହାନ୍ତି ।

ଏହାପରେ ସେନା ପକ୍ଷରୁ ସଂପୃକ୍ତ ଆତଙ୍କବାଦୀଙ୍କୁ ଘେରାବନ୍ଦୀ କରି ରଖାଯାଇ ତଲାସି ଅଭିଯାନକୁ ଜୋରଦାର କରାଯାଇଛି । ଆଖପାଖ ଅଂଚଳକୁ ଖାଲିକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେନା କାର୍ଯ୍ୟାନୁଷ୍ଠାନରେ ପ୍ରାୟ ୩ଜଣ ଆତଙ୍କବାଦୀ ଫସିରହିଛନ୍ତି । ସେନାକୁ ସହାୟତା କରିବାକୁ ଅଧିକ ଫୋର୍ସ ଘଟଣାସ୍ଥଳକୁ ପଠାଯାଇଛି । ଗତବର୍ଷ ହିଜବୁଲ ଆତଙ୍କବାଦୀ ବୁରହାନ ବାନିର ମୃତ୍ୟୁ ପରେ କାଶ୍ମୀର ଘାଟି ଅଶାନ୍ତ ହୋଇଛି । ଆତଙ୍କବାଦୀ କାର୍ଯ୍ୟକଳାପ ବି ବଢୁଛି ।