ଲେହରେ ଛୋଟପିଲାଙ୍କ ସହ କ୍ରିକେଟ ଖେଳିଲେ ଧୋନି। ଲଦାଖରେ ଖୋଲିବେ ଓପନ କ୍ରିକେଟ ଏକାଡେମୀ

୧୫ ଦିନ ଆର୍ମିରେ ତାଲିମ ନେବା ପରେ ଫେରିଛନ୍ତି ମାହି

281

କନକ ବ୍ୟୁରୋ: ଲେହରେ ମାହି ଖେଳିଲେ କ୍ରିକେଟ୍ । ଲେହ ଗସ୍ତରେ ଧୋନୀ କୁନି କୁନି ପିଲାଙ୍କ ସହ କ୍ରିକେଟ୍ ଖେଳିଛନ୍ତି । ଧୋନୀ ଟେରିଟୋରିଆଲ୍ ଆର୍ମିରେ ୨ ସପ୍ତାହ ପାଇଁ ସମୟ କାଟି ସାରିବା ପରେ ଲେହ ଗସ୍ତ କରିଥିଲେ । ଏହି ଅବସରରେ ସ୍ୱାଧୀନତା ଦିବସରେ ସେ ଜବାନଙ୍କ ଗହଣରେ ଜାତୀୟ ପତାକା ଉତୋଳନ କରିଥିଲେ । ଏହା ପରେ ତାଙ୍କୁ କୁନି କୁନି ପିଲାଙ୍କ ସହିତ କ୍ରିକେଟ୍ ଖେଳୁଥିବା ଦେଖିବାକୁ ମିଳିଛି । ଚେନ୍ନାଇ ସୁପରକିଙ୍ଗସ୍ ପକ୍ଷରୁ ଧୋନୀଙ୍କ ଏହି ଫଟୋକୁ ଟୁଇଟ୍ କରାଯାଇଛି ।

 

ଫଟୋରେ ଦେଖିବାକୁ ମିଳିଛି ଧୋନୀ ସେନା ପୋଷାକରେ ଥାଇ ବ୍ୟାଟିଂ କରୁଛନ୍ତି । ଏହାର ପଛ ପଟେ ଅନେକ ପିଲା ବସି ଧୋନୀଙ୍କ ଖେଳର ମଜା ନେଉଛନ୍ତି । ଲଏକ ବାସ୍କେଟ୍ ବଲ୍ ଗ୍ରାଉଣ୍ଡରେ ଧୋନୀ କ୍ରିକେଟ୍ ଖେଳୁଥିବା ଫଟୋରୁ ଜଣାପଡିଛି । ଲଦାଖରେ ଧୋନୀ ଏକ କ୍ରିକେଟ୍ ଏକାଡେମୀ ଖୋଲିବେ ଆଗରୁ ସୂଚନା ଦେଇ ସାରିଛନ୍ତି । କାଶ୍ମୀର ଘାଟିରୁ ଧାରା ୩୭୦ ଓ ୩୫ ଏ ଉଛେଦ ପରେ ଲଦାଖକୁ ମିଳିଥିଲା କେନ୍ଦ୍ର ଶାସିତ ଅଂଚଳର ମାନ୍ୟତା । କ୍ରିକେଟରୁ ୨ ମାସ ପାଇଁ ଛୁଟି ନେଇଥିବା ଧୋନୀ ବିଶ୍ୱକପ୍ ପରେ ଜୁଲାଇ ୩୦ରୁ କାଶ୍ମୀର ଘାଟିରେ ସେନା କ୍ୟାମ୍ପରେ ଯୋଗ ଦେଇଥିଲେ । ଟେରିଟରିଆଲ୍ ଆର୍ମିର ୧୦୬ ଟିଏ ପାରା ବାଟାଲିୟନରେ ଯୋଗ ଦେଇ ୨ ସପ୍ତାହ ଟ୍ରେନିଂ ସହ ସେନା ପାଟ୍ରୋଲିଂରେ ସାମିଲ ହୋଇଥିଲେ ।