ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କଲେ ଅପରାଜିତା ଷଡଙ୍ଗୀ: ଓଡିଶାରେ ପ୍ରଥମ ଟିଙ୍କରିଂ ଲାବର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ

345

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଲେ ସାଂସଦ ଅପରାଜିତା ଷଡଙ୍ଗୀ । ଖାରବେଳନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ନବନିର୍ମିତ ଅଟଳ ଟିଙ୍କରିଂ ଲାବ ଉଦଘାଟନ ଅବସରରେ ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ ଦେଇଛନ୍ତି ଅପରାଜିତା । କହିଛନ୍ତି ଏହି ଲାବର ଉଦଘାଟନ ପାଇଁ କେନ୍ଦ୍ରମନ୍ତ୍ରୀ ବହୁମୂଲ୍ୟ ସମୟ ଦେଇ ଉପସ୍ଥିତ ଥିବାରୁ ଧନ୍ୟବାଦ  । ଭାରତ ସରକାରଙ୍କ ନୀତି ଆୟୋଗ ଅନ୍ତର୍ଗତ ଅଟଳ ଟିଙ୍କରିଂ ଲ୍ୟାବ ଭୁବନେଶ୍ୱର ଖାରବେଳନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନବନିର୍ମିତ ଭବନକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ବିଜ୍ଞାନ ପ୍ରତି ପିଲାଙ୍କ ଆଗ୍ରହ ବଢ଼ାଇବା ପାଇଁ ଅଟଳ ଟିଙ୍କରିଂ ଲାବର ପରିକଳ୍ପନା କରିଛନ୍ତି କେନ୍ଦ୍ର ସରକାର । ଏହି ଲ୍ୟାବରେ ଛାତ୍ରଛାତ୍ରୀମାନେ ବିଶେଷ ଭାବରେ ରୋବଟିକ୍ସ, ଇଲୋକଟ୍ରୋନିକ୍ସ, ଏଆଇ-ଏମ ଏଲ, ଥ୍ରୀଡି ପ୍ରିଂଟିଂ, ସର୍କିଟ ଡିଜାଇନିଂ ବିଷୟରେ ପ୍ରଶିକ୍ଷଣ ନେଇପାରିବେ । ଏହି ଉଦଘାଟନି କାର୍ଯ୍ୟକ୍ରମରେ ନୂତନ ଜାତୀୟ ଶିକ୍ଷାନୀତି ପିଲାଙ୍କ ଭବିଷ୍ୟତ ନିର୍ମାଣରେ କିପରି ସାହାଯ୍ୟ କରିବ, ସେନେଇ ଆଲୋକପାତ କରିଥିଲେ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।