ଶ୍ୱଶୁର ଘର ଆଗରେ ବୋହୂ ଧାରଣା ଦେବାରୁ ଶାଶୁଙ୍କର ଆତ୍ମହତ୍ୟା  । ଏସିଡ୍ ପିଇ ହାରିଲେ ଜୀବନ 

539

କନକ ବ୍ୟୁରୋ: ନିର୍ଯାତନା ପ୍ରତିବାଦରେ ଶ୍ୱଶୁର ଘର ଆଗରେ ବୋହୂର ଧାରଣା । ଲୋକଲଜ୍ଜା ସହିନପାରି ଶାଶୂ ଏସିଡ଼ ପିଇଦେଇଥିବା ବେଳେ ତାଙ୍କର ମୃତ୍ୟୁ ହେଇଯାଇଛି । ଘଟଣା ଘଟିଛି ଗଞ୍ଜାମରେ ।

ଗଞ୍ଜାମ ମଧ୍ୟଖଣ୍ଡ ସାହିରେ ତନ୍ମୟୀ ନିଜ ଶାଶୁଘର ଲୋକଙ୍କ ସହ ରହୁଥିଲେ । ହେଲେ ତାଙ୍କୁ ସେଠାରେ ବାରମ୍ବାର ନିର୍ଯାତନା ଦିଆଯାଉଥିବା ବ୍ରହ୍ମପୁର ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବିବାହର ଦୁଇ ମାସ ପରେ ଶାଶୁ ଘରେ ଶାଶୁ ଓ ନଣ୍ନ୍ଦ ତାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିବା ସେ କହିଥିଲେ । ଏହା ପରେ ସେ ତାଙ୍କ ମାମୁଁଙ୍କ ଘରକୁ ଚାଲିଯାଇଥିଲେ । ପରେ ଆପୋଷ ବୁଝାମଣା ହୋଇ ସେ ଶାଶୁ ଘରକୁ ଫେରିଥିଲେ । ପରବର୍ତ୍ତୀ ସମୟରେ ପୁଣି ଥରେ ତାଙ୍କୁ ନିର୍ଯାତନା ଆରମ୍ଭ ହୋଇଯାଇଥିଲା । ଯାହାର ପ୍ରତିବାଦ କରି ପୁଣି ଧାରଣାରେ ବସିଥିଲେ । ଆଉ ସେପଟେ ଲୋକ ଲଜ୍ଜା ଭୟରେ ଏସିଡ ପିଇ ଶାଶୁଙ୍କର ମୃତ୍ୟୁ ହୋଇଛି ।