ରାଜଧାନୀବାସୀଙ୍କ ପାଇଁ କାଜ ସାଜିଛନ୍ତି ମଶା ବଂଶ ! ଡେଙ୍ଗୁ, ମ୍ୟାଲେରିଆ, ଫାଇଲେରିଆ ଆକ୍ରାନ୍ତଙ୍କ ସ˚ଖ୍ୟା ବୃଦ୍ଧି

88

କନକ ବ୍ୟୁରୋ : ରାଜଧାନୀବାସୀଙ୍କୁ ମଶା କଲବଲ କରିଦେଲେଣି । ଯେଉଁଠି ନଜର ପଡ଼ୁଛି, ସେଠାରେ ମଶା ସାଲୁବାଲୁ । ଯେଉଁଠି ଛିଡ଼ା ହେଲେ ରକ୍ତ ଶୋଷି ନେଉଛନ୍ତି ।   ରାଜଧାନୀର ଏମିତି କୌଣସି ଜାଗା ନାହିଁ, ଯେଉଁଠି କିଏ ବିନା ମଶାରିରେ ଶାନ୍ତିରେ ଶୋଇ ପାରୁଛନ୍ତି । ମଶାରି ଭିତରେ ଶୋଇଲେ କି ମଶାରି ବାହାରେ ମଶା ଗୁଣୁଗୁଣୁ ହେଉଛନ୍ତି । ଟିକିଏ ଫାଙ୍କ ପାଇଲେ କାମୁଡ଼ିବାକୁ ପୂରା ତୟାର । ମଶା ଏମିତି ମାତିଛନ୍ତି ଯେ, ନାମୀ କମ୍ପାନିଙ୍କ ମଶାମରା ଲିକ୍ୟୁଇଡ୍ କି କଏଲ୍ ବି କାଟୁ କରୁନି । ସବୁ ଜାଗାରେ ମଶାଙ୍କ ସାନ୍ଧ୍ରତା ୬୦ ଟପିଲାଣି ।

ମଶା ବଢ଼ୁଛନ୍ତି ଆଉ ତାହା ସହ ଡେଙ୍ଗୁ, ମ୍ୟାଲେରିଆ ଆକ୍ରାନ୍ତଙ୍କ ସ˚ଖ୍ୟା ବି ବଢ଼ୁଛି । ହେଲେ ବିଏମ୍‌ସି କହୁଛି ରାଜଧାନୀରେ ଏବେ ମଶା ସ୍ଥିତି ସେହିଭଳି ସଙ୍ଗିନ୍‌ ହୋଇନି । ଡେଙ୍ଗୁ, ମ୍ୟାଲେରିଆ, ଫାଇଲେରିଆ, ଜାପାନିଜ୍ ଏନସେଫାଲାଇଟିସ୍ ଭଳି ରୋଗରେ ରାଜଧାନୀରେ ବହୁ ଲୋକଙ୍କର ମୃତ୍ୟୁ ହେଉଛି । କିନ୍ତୁ ଏହାର ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ କି ବିଏମ୍‌ସିର ଯେମିତି ନିଘା ନାହିଁ । ଯଦି କେଉଁ ଅଞ୍ଚଳରେ ଡେଙ୍ଗୁ, ମ୍ୟାଲେରିଆ, ଜାପାନିଜ୍ ଏନସେଫାଲାଇଟିସ୍ ଭଳି ରୋଗ ବ୍ୟାପୁଛି ତେବେ ଯାଇ ବିଏମ୍‌ସି ପ୍ରତିକାର ବ୍ୟବସ୍ଥା ଆରମ୍ଭ କରୁଛି । ନହେଲେ ମଶାଙ୍କ ଦୌରାତ୍ମ୍ୟ ବଢ଼ୁ କି ଲୋକ ମରନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷଙ୍କର ଏଥିପ୍ରତି ନଜର ନାହିଁ । ବର୍ଷା ଋତୁ ପରେ ମଶାଙ୍କ ବଂଶବୃଦ୍ଧି ହୋଇଥିବା ବେଳେ ଏବେ ଚାରିଆଡ଼େ ମଶା ଗୁଣୁଗୁଣୁ ଶବ୍ଦ କରି ଉଡ଼ୁଛନ୍ତି ।

source:
amazonaws.com

ଆଉ ମଶା ନିପାତ କରିବା ବଦଳରେ ବିଏମ୍‌ସି କର୍ତ୍ତୃପକ୍ଷ କହୁଛନ୍ତି ସମୟ ଦେଖି ମଶା ମରା ଅଭିଯାନ ଆରମ୍ଭ କରିବୁ । ସାଧାରଣତଃ ମଶାଙ୍କ ସାନ୍ଧ୍ରତା ୪୦ (ଏକ କ୍ୟୁବିକ୍ ଫୁଟରେ) ଭିତରେ ରହିଲେ ଲୋକ ମଶା କାମୁଡ଼ିବା ବିଶେଷ ଅନୁଭବ କରିବେନି । କିନ୍ତୁ ଏବେ ସବୁଠି ସାନ୍ଧ୍ରତା ୬୦ ଟପିଲାଣି ବୋଲି ବିଏମ୍‌ସି କର୍ତ୍ତୃପକ୍ଷ ସ୍ୱୀକାର କରିବା ପରେ ବି ନିୟମ ଆଳ ଦେଖାଇ ଚୁପ୍ ବସି ଯାଇଛନ୍ତି ।