ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଉଦ୍ଧ୍ୱର୍ ସ୍କୁଲ ପିଲା ଅସୁସ୍ଥ । ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ।

450

କନକ ବ୍ୟୁରୋ: ମଧ୍ୟାହ୍ନ ଭୋଜନ ଖାଇ ୫୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହେବା ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଲୋକାପଡ଼ା ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ପିଲାମାନଙ୍କୁ ଆଜି ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା । ମଧ୍ୟାହ୍ନ ଭୋଜନ ଖାଇଥିବା ପିଲାମାନଙ୍କ ମଧ୍ୟରୁ ୫୦ ଜଣଙ୍କୁ କିଛି ସମୟ ପରେ ବାନ୍ତି ହୋଇଥିଲା। ସେହିପରି କିଛି ପିଲାମାନଙ୍କର ମୁଣ୍ଡ ବୁଲାଇଥିଲା।

ତେବେ ପିଲାମାନେ ହଠାତ ଅସୁସ୍ଥ ହେବା ପରେ ଅଭିଭାବକମାନଙ୍କୁ ସୂଚନା ଦିଆଯାଇଥିଲା । ପରେ ସମସ୍ତଙ୍କୁ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ରିପୋର୍ଟ ଲେଖାଯିବା ବେଳକୁ ୨୮ ଜଣ ଛାତ୍ରଛାତ୍ରୀଙ୍କୁ ମନମୁଣ୍ଡା ହସ୍ପିଟାଲରେ ଓ ୨୨ ଜଣଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସବୁଠାରୁ ବଡ଼ କଥା ହେଲା, ମଧ୍ୟାହ୍ନ ଭୋଜନ ପରେ କେଉଁ କାରଣରୁ ପିଲାମାନଙ୍କର ବାନ୍ତି ହୋଇଛି, ତାହା ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ପିଲାମାନଙ୍କର ଏଭଳି ଅବସ୍ଥା ପାଇଁ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।