ସାରା ରାଜ୍ୟରେ ମୌସୁମୀ ବର୍ଷା : ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ

47

କନକ ବ୍ୟୁରୋ : ସାରା ରାଜ୍ୟରେ ମୌସୁମୀ ବର୍ଷା ହୋଇଛି । ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଦକ୍ଷିଣ ଓଡିଶାରେ ଆଜି ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ସକାଳ ୯ଟା ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ୭୫ ଦଶମିକ ୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ସେହିପରି ସୋନପୁରରେ ୭୧ ଦଶମିକ ମିଲିମିଟର, ହୀରାକୁଦରେ ୬୧ ଦଶମିକ ୬ ମିଲିମିଟର, ଫୁଲବାଣୀରେ ୪୭ ମିଲିମିଟିର, ଝାରସଗୁଡାରେ ୩୪ ଦଶମିକ ୮ ମିଲିମଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ରାଜଧାନୀରେ ଝିପଝିପ୍  ବର୍ଷା ହୋଇଛି । ତେବେ ଭୁବନେଶ୍ୱରରେ ୧୩ ଦଶମିକ ୨ ମିଲିମିଟର ।