ଭାରତୀୟ ସାହିତ୍ୟ ପରିଷଦ କାର୍ଯ୍ୟକ୍ରମରେ ମୋହନ ଭାଗବତଙ୍କ ବଡ ସଙ୍କେତ । କହିଲେ ପରିବର୍ତନ ପାଇଁ ପ୍ରୟାସ କଲେ ମିଳିବ ସଫଳତା

256

କନକ ବ୍ୟୁରୋ: ପରିବର୍ତନ ପାଇଁ ପ୍ରୟାସ କଲେ ସଫଳତା ମିଳିବ । ଭୁବନେଶ୍ୱରରେ ଚାଲିଥିବା ଭାରତୀୟ ସାହିତ୍ୟ ପରିଷଦର କାର୍ଯ୍ୟକ୍ରମରେ ପରିବର୍ତନକୁ ନେଇ ବଡ ସଙ୍କେତ ଦେଇଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ସଭାକୁ ସମ୍ବୋଧିତ କରି ପରିବର୍ତନ ପାଇଁ ମୋହନ ଭାଗବତ ବଡ ସଙ୍କେତ ଦେଇଛନ୍ତି । କହିଛନ୍ତି ସମୟ ଏବେ କଡ ଲେଉଟାଇଛି । ପରିବର୍ତନ ପାଇଁ ପ୍ରୟାସ କଲେ ସଫଳତା ମିଳିବ । ଓଡିଶା ଅନୁଭୂତିର ମଧ୍ୟ ସେ ଉଦାହରଣ ଦେଇଛନ୍ତି । ତେବେ କି ପ୍ରକାର ପରବର୍ତନର ସଙ୍କେତ ଦେଲେ ତାହା ସ୍ପଷ୍ଟ ହୋଇନାହିଁ । ରାଜ୍ୟ ନା ଦେଶ କାହାର ପରିବର୍ତନ ନେଇ ସଙ୍କେତ ଦେଲେ ମୋହନ ଭାଗବତ ତାକୁ ନେଇ ଚର୍ଚ୍ଚା ବଢିଛି । ରାଜଧାନୀରେ ତିନି ଦିନ ଧରି ଚାଲିବାକୁ ଥିବା ଭାରତୀୟ ସାହିତ୍ୟ ପରିଷଦର କାର୍ଯ୍ୟକ୍ରମରେ ୧୭ ଜଣ ସାହିତ୍ୟିକଙ୍କୁ ସମ୍ମାନିତ କରିଛନ୍ତି ମୋହନ ଭାଗବତ ।