ତୀର୍ଥଯାତ୍ରୀଙ୍କ ଉପରେ ଆକ୍ରମଣ ଘଟଣାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିନ୍ଦା ! କହିଲେ, କାପୁରୁଷତାର ସୀମା ଟପିଲେ ଆତଙ୍କୀ

38

କନକ ବ୍ୟୁରୋ : ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣ ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଘଟଣାକୁ ଆତଙ୍କବାଦୀଙ୍କ ଏକ କାପୁରୁଷ ପଣିଆ କାର୍ଯ୍ୟ ବୋଲି କହିବା ସହ ଏହି ଭଳି ଆକ୍ରମଣରେ ମୁଣ୍ଡ ନୁଆଁଇବ ନାହିଁ ବୋଲି ଟ୍ୱିଟ୍ କରି ଜଣାଇଛନ୍ତି ମୋଦି ।

ଆତଙ୍କବାଦୀଙ୍କ ଏହି ଭଳି ଆକ୍ରମଣକୁ ସମସ୍ତେ ନିନ୍ଦା କରିବା ଉଚିତ୍ ବୋଲି ମୋଦି ଟ୍ୱିଟ୍ କରିଛନ୍ତି । ସେହିପରି ଏହି ଘଟଣା ପରେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଏବଂ ରାଜ୍ୟପାଳ ଏନ୍ଏନ୍ ବୋହରାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଏହି ଦୁଃଖ ଘଟଣାରେ ପ୍ରାଣ ହରାଇଥିବା ତୀର୍ଥଯାତ୍ରୀଙ୍କ ପରିବାର ଲୋକଙ୍କୁ ମଧ୍ୟ ସମ୍ବେଦନା ଜଣାଇଛନ୍ତି ।