ପ୍ରଧାନମନ୍ତ୍ରୀ ମୋଦି, ଧର୍ମେନ୍ଦ୍ର ଓ ବିଜେଡି ସାଂସଦ ଭର୍ତୃହରିଙ୍କ ଉପସ୍ଥିତିରେ ଉନ୍ମୋଚିତ ହେଲା ହରେକୃଷ୍ଣ ମହତାବଙ୍କ ଓଡିଶା ଇତିହାସ । ଓଡିଶା ରାଜନୀତିରେ ଚର୍ଚ୍ଚା ଜୋରଦାର ।

269

କନକ ବ୍ୟୁରୋ: ଦିଲ୍ଲୀରେ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଦ୍ୱାରା ରଚିତ, ଓଡିଶା ଇତିହାସର ହିନ୍ଦୀ ସଂସ୍କରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିଛନ୍ତି । ଏଥିସହ ମୋଦି ବିଜେଡି ସାଂସଦ ଭର୍ତୃହରିଙ୍କୁ ବି ପ୍ରଶଂସା କରିଛନ୍ତି । ଏହି ଡକ୍ୟୁମେଂଟାରୀରେ କୁହାଯାଇଛି ଆଧୁନିକ ଓଡିଶା ନିର୍ମାଣର ମୂଳଦୂଆ ପକାଇଥିଲେ ହରେକୃଷ୍ଣ ମହତାବ । ହୀରାକୁଦ ବନ୍ଧ, ପାରାଦ୍ୱୀପ ବନ୍ଦର ଓ ରାଉରକେଲା ଇସ୍ପାତ କାରଖାନା ନିର୍ମାଣକରି ଓଡିଶାକୁ ଏକ ନୂଆ ପରିଚୟ ଦେଇଥିଲେ ମହତାବ ।

ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ରଚିତ ପୁସ୍ତକର ଦିଲ୍ଲୀରେ ଉନ୍ମୋଚନ ହୋଇଛି, କିନ୍ତୁ ଏପଟେ ଓଡିଶାରେ ବି ଏହାକୁ ନେଇ ବେଶ ଚର୍ଚ୍ଚା ହୋଇଛି । ପୁସ୍ତକ ଉନ୍ମୋଚନକୁ ରାଜନୈତିକ ଦୃଷ୍ଟିକୋଣରେ ଦେଖିଲେ ଚର୍ଚ୍ଚା ହେବା ବି ସ୍ୱାଭାବିକ ।ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେଡି ସାଂସଦ ଭର୍ତୃହରିଙ୍କ ଏହି ପୁସ୍ତକ ଉନ୍ମୋଚନ ଉତ୍ସବ ରାଜ୍ୟ ରାଜନୀତିକୁ ଚର୍ଚ୍ଚାର ଖୋରାକ ଯୋଗାଇଛି ।